ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡି ଶେରଗଡ ଥାନା ଅଁଳାମୁଣ୍ଡଳି ଗାଁରେ ମର୍ମନ୍ତୁଦ ଦୁର୍ଘଟଣା। ଯାତ୍ରୀବାହୀ ଅଟୋ ଓଲଟି ୧୫ ଜଣ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ମହିଳାମାନେ ଆଖୁ ବିଲକୁ କାମ କରିବାକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ସମସ୍ତ ଆହତ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଶେରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



