www.samajalive.in
Sunday, December 7, 2025
23.1 C
Bhubaneswar

ଦୁନିଆରେ ସ୍ୱତନ୍ତ୍ର ଏହି ଗାଁ ; ଯେଉଁଠାରେ ଲୋକେ ବାସ କରନ୍ତି ମାଟି ତଳେ

ବହୁ ସମୟରେ ଏପରି କିଛି କଥା ଓ ଜିନିଷ ଲୋକ ଲୋଚନକୁ ଆସିଥାଏ, ଯାହା ଶୁଣିବାକୁ ଓ ବିଶ୍ୱାସ କରିବାକୁ ଆଶ୍ଚର୍ଯ୍ୟ ଲଗାଗିଥାଏ। ଦିଲ୍ଲୀର କନନାଟ୍‍ ଅଞ୍ଚଳରେ ସ୍ଥିତ ପାଲିକା ବଜାର ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ, ଯେଉଁଠାରେ ସମଗ୍ର ବଜାର ଭୂତଳ ଅର୍ଥାତ ମାଟି ତଳେ ରହିଛି। ମାତ୍ର ଆପଣ ଜାଣି ଚକିତ ହେବେ ଦୁନିଆରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ସମଗ୍ର ବାସିନ୍ଦା ମାଟିତଳେ (ଭୂମିତଳେ)ବାସ କରନ୍ତି।
ଏହି ଅନନ୍ୟ ଗାଁର ନାମ ହେଉଛି କୁବର ପେଡି। ଏହା ଦକ୍ଷିଣ ଅଷ୍ଟ୍ରେଲିଆରେ ଅବସ୍ଥିତ। ଏହି ଗାଁର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏଠାକାର ଅଧିକାଂଶ ଲୋକେ ଭୂମିତଳେ (ଅଣ୍ଡରଗ୍ରାଉଣ୍ଡ) ଘରେ ରୁହନ୍ତି। ବାହାରୁ ଏହି ଘର ଗୁଡ଼ିକ ସାଧାରଣ ଦେଖାଯାଏ, ମାତ୍ର ଭିତରର ଦୃଶ୍ୟ କୌଣସି ଦାମୀ ହୋଟେଲରୁ କମ ନୁହେଁ।
ବାସ୍ତବରେ ଏହି ସ୍ଥାନରେ ଓପାଲ (ଧଳା ଅଥବା ନେଳିଆ ରଙ୍ଗର ଏକ ମୂଲ୍ୟବାନ ପଥର)ର ଅନେକ ଖଣି ରହିଛି। ଏଠାରେ ଖାଲି ପଡିଥିବା ଓପାଲର ଖଣିରେ ଲୋକେ ବାସ କରନ୍ତି। ଏଠାରେ ଦୁନିଆରେ ସର୍ବାଧିକ ସଂଖ୍ୟକ ଓପାଲ ଖଣି ଥିବାରୁ କୁବର ପେଡ଼ିକୁ ଓପାଲର ରାଜଧାନୀ ବୋଲି କୁହାଯାଏ।
ମିଳିଥିବା ସୂଚନା ଅନୁଯାୟୀ, କୁବର ପେଡିରେ ଖଣି କାର୍ଯ୍ୟ ପ୍ରାୟ ୧୯୧୫ ମସିହାରେ ଆରମ୍ଭ ହୋଇଥିଲା। ବାସ୍ତବରେ ଏହା ଏକ ମରୁଭୂମି ଅଞ୍ଚଳ, ତେଣୁ ଗ୍ରୀଷ୍ମ ଦିନେ ଏଠାରେ ତାପମାତ୍ରା ବହୁତ ଅଧିକ ଏବଂ ଶୀତଦିନେ ବହୁତ କମ। ଏହି କାରଣରୁ ଏଠାରେ ବାସ କରୁଥିବା ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା, ଏହାର ସମାଧାନ ଅନୁଯାୟୀ, ଲୋକେ ଖଣି ଖନନ ପରେ ଖାଲି ହୋଇସାରିଥିବା ସ୍ଥାନରେ ରହିବାକୁ ଲାଗିଲେ।
କୁବର ପେଡିରେ ଥିବା ଏହି ଅଣ୍ଡରଗ୍ରାଉଣ୍ଡ ଘର ଗୁଡିକରେ ଖରାଦିନେ ଏସି କିମ୍ବା ଶୀତଦିନେ ଉତ୍ତାପକାରୀ ଯନ୍ତ୍ର (ରୁମ ହିଟର)ର ମଧ୍ୟ ଆବଶ୍ୟକତା ପଡେ ନାହିଁ। ଆଜି ମଧ୍ୟ ଏଠାରେ ୧୫୦୦ରୁ ଅଧିକ ଘର ରହିଛି, ଯାହା ଜମି ଭିତରେ ଅଛି ଓ ଲୋକମାନେ ଏଠାରେ ବାସ କରୁଛନ୍ତି।
ଏହି ଘର ମାନଙ୍କରେ ସମସ୍ତ ପ୍ରକାର ସୁବିଧା ରହିଛି। ଏହାସହ ବିଭିନ୍ନ ପ୍ରକାର ସାଜସଜ୍ଜା ଜିନିଷ ବ୍ୟବହାର କରାଯାଇଛି। ଅନେକ ହଲିଉଡ ଚଳଚ୍ଚିତ୍ର ଏଠାରେ ସୁଟିଂ ମଧ୍ୟ କରାଯାଇଛି। ସୁଟିଂ ହେବା କାରଣରୁ ଏହି ସ୍ଥାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଠାକୁ ବହୁ ଲୋକେ ବୁଲିବାକୁ ଆସନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories