www.samajalive.in
Monday, December 15, 2025
14.1 C
Bhubaneswar

ଡିଆଇଇଟିର ୫ କିମି ମଧ୍ୟରେ ହେବ ଡି.ଇଏଲ୍‌.ଇଡିର ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଚଳିତବର୍ଷର ଡିଇଏଲ୍‌ଇଡି, ପରୀକ୍ଷାର ପରୀକ୍ଷାର୍ଥୀମାନେ କୋଭିଡ୍‌-୧୯ ସଂକ୍ରମଣ ଦୃଷ୍ଟିରୁ ସେମାନଙ୍କର ବାସସ୍ଥାନରୁ ଦୂରରେ ରହି ପରୀକ୍ଷା ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ସେମାନେ ପାଠ ପଢ଼ୁଥିବା ଡିଆଇଇଟି/ଇଟିଇଆଇ/ଡିଆର୍‌ସି ଇତ୍ୟାଦି ସେମାନଙ୍କର ଘରଠାରୁ ଦୂରରେ ହୋଇଥିବାରୁ ସେମାନେ ପରୀକ୍ଷା ସମୟରେ ରହିବାର ଅସୁବିଧା ବିଷୟରେ ଚିନ୍ତିତ ଅଛନ୍ତି। କିଛି ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ରେ ପରୀକ୍ଷା ପରିଚାଳନା ପାଇଁ ଇଚ୍ଛା ପ୍ରକାଶ କରୁଥିବା ପରିେ ପ୍ରକ୍ଷୀରେବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଏହି ବର୍ଷର ଡିଇଏଲ୍‌ଇଡିର ପରୀକ୍ଷା ସେଣ୍ଟରଗୁଡ଼ିକ ପ୍ରତ୍ୟେକ ଡିଆଇଇଟିର ୫ କିମି ମଧ୍ୟରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କର ପାଠ ପଢ଼ୁଥିବା ଡିଆଇଇଟି/ଇଟିଇଆଇ/ଡିଆର୍‌ସିରେ ଯଥା ସମ୍ଭବ ରହିବାର ବ୍ୟବସ୍ଥା କରିବା ପାଇଁ ପ୍ରଯତ୍ନ କରାଯିବ । ଯେଉଁ ପରୀକ୍ଷାର୍ଥୀମାନେ ଏହି ସୁବିଧା ଉପଲବ୍ଧ କରିବାକୁ ଚାହୁଁନଥିବେ, ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରମାନଙ୍କ ମଧ୍ୟରୁ କେଉଁଠି ସେମାନେ ପରୀକ୍ଷା ସୁବିଧାରେ
ଦେଇ ପାରିବେ ସେବିଷୟରେ ସେମାନଙ୍କର ମତ (ଅ ପ୍‌ସନ୍‌) ନିଆଯାଇ, ସେହି କେନ୍ଦ୍ରରେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ। ପରୀକ୍ଷାର୍ଥୀମାନେ ସେମାନେ ପାଠ ପଢ଼ୁଥିବା ଡିଆଇଇଟି ମାଧ୍ୟମରେ ଏହି ଅପ୍‌ସନ୍‌ ଦେବେ। ଏ ନେଇ ବୋର୍ଡ ତରଫରୁ ଯଥାଶୀଘ୍ର ନୋଟିଫିକେସନ୍‌ ଜାରି କରାଯିବ ବୋଲିବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଥର୍ମାଲ ସ୍କ୍ରିନିଂ ସହିତ ସାନିଟାଇଜେସନ୍‌ରବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ। ଆବଶ୍ୟକ ହେଲେ ପରୀକ୍ଷା ସୂଚୀରେ ସାମୟିକ ପରିବର୍ତ୍ତନ କରାଯିବ । ଏବେ ପ୍ରାୟତଃ ସବୁ ପରୀକ୍ଷା କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରି ଅଫ୍‌ଲାଇନ୍‌ରେ ପରିଚାଳନା କରାଯାଉଛି । ଏହି ପରିେପ୍ରକ୍ଷୀରେ ସମସ୍ତ ପରୀକ୍ଷାର୍ଥୀଙ୍କ ଅଫ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ପରିଚାଳନା କରିବାରେ ସହଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନା ଯୋଗ୍ୟ ଯେ ପରୀକ୍ଷାର୍ଥୀମାନେ ଅକ୍ଟୋବର ୧୮ ତାରିଖ ସୁଦ୍ଧା ପରୀକ୍ଷାର୍ଥୀମାନେ ଅପ୍‌ସନ୍‌ ଦେଇ ପାରିବେ। ବୈଠକରେ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ର ଅଧ୍ୟକ୍ଷ ଶ୍ରୀ ରାମାସିସ୍‌ ହାଜ୍‌ରା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories