ଶୁଣିଲେନି: ଏବେ ନୂଆ ଗାଡି ଦେବେ ସୋ ରୁମ୍‌ ମାଲିକ, ଗଣିବେ ସୁଧ

ସୋ ରୁମରୁ କିଣିଥିବା ନୂଆ ଗାଡି ବାରମ୍ବାର ଖରାପ ହେବାରୁ ଆଉ ଏକ ନୂଆ ଗାଡି ସହ ସୁଧ ଦେବା ପାଇଁ ନିର୍ଦେଶ ଦେଲେ ଖାଉଟି ଅଦାଲତ

ଫୁଲବାରୀ, : ସୋ ରୁମରୁ ଗାଡି କିଣି ଜନୈକ ଆଇନଜୀବୀ ହଇରାଣ ହୋଇଥିବା ଅଭିଯୋଗ କରିଛନ୍ତି । ଫୁଲବାଣୀ ବାରର ଓକିଲ ସୁଶାନ୍ତ କୁମାର ସାହୁ ଏ ନେଇ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ।

prayash

ସୂଚନା ଅନୁସାରେ, ଆଇନଜିବୀ ସୁଶାନ୍ତ  ଫୁଲବାଣୀ ସ୍ଥିତ ଏକ ସୋରୂମରୁ ଏକ ଦୁଇ ଚକିଆ ଗାଡି କିଣିଥିଲେ । କିଣିବାର କିଛିଦିନ ପରେ  ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହିତ ଗାଡ଼ି ଅଚଳାବସ୍ଥାକୁ ଆସିଯାଇଥିଲା । ଏ ସମ୍ପର୍କରେ ସେ ସୋ ରୁମ ମାଲିକଙ୍କୁ ଅବଗତ କରାଇଥିଲେ ମଧ୍ୟ  ସେ ଏଥି ପ୍ରତି ଗୁରୁତ୍ୱ ଦେଇ ନଥିଲେ ।

ଆଇନଜୀବୀ ସାହୁ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପ୍ରକାରେ ଖାଉଟି ଅଦାଲତ  ୨୩/୨୨ ରେ ଏକମାମଲା ରୁଜୁ କରି ଶୁଣାଣୀ କରିଥିଲେ । ତଥ୍ୟ ପ୍ରମାଣ ଆଧାରରେ ବିଚାରଣା କରି  ଖାଉଟି ଅଦାଲତ ନ୍ୟାୟଧିଶ ପୂର୍ଣ୍ଣ ଚନ୍ଦ୍ର ମିଶ୍ର  ସମ୍ପୃକ୍ତ ସୋ ରୁମ ମାଲିକଙ୍କୁ ନୂତନ  ଗାଡି କିମ୍ବା ଗାଡିର ଦାମ୍ ସହିତ ୯ ପ୍ରତିଶତ ସୁଧ ମିଶାଇ ସମସ୍ତ ଅର୍ଥ ଅଭିଯୋଗକାରୀଙ୍କୁଫେରସ୍ତ କରିବାକୁ ଆଦେଶ ଦେଇଛନ୍ତି ।

Comments are closed.