www.samajalive.in
Sunday, December 14, 2025
26.1 C
Bhubaneswar

ଅଭୁଲା ସ୍ମୃତିକୁ ସାଇତି ରଖିବାର ଉପାୟ…

ସୁଖ ଓ ଦୁଃଖ ଉଭୟ ମନୁଷ୍ୟ ଜୀବନରେ ଏକ ଚକ୍ର ପରି କାମ କରିଥାଏ। ଯେପରି ସୁଖ କିଛି ସମୟ ପାଇଁ ଆମ ଜୀବନରେ ର‌ହେ ସେପରି ଦୁଃଖ ମଧ୍ୟ ରହିଥାଏ। ସୁଖ ଓ ଦୁଃଖ ଉଭୟ ଆମକୁ କିଛି ନା କିଛି ଶିଖାଇଥାଏ। ବେଳେବେଳେ ଆପଣମାନେ ଲକ୍ଷ୍ୟ କରିଥବେ ଯେ, ପ୍ରାୟ ବ୍ୟକ୍ତି ସୁଖ ସମୟରେ ଅତ୍ୟନ୍ତ ଖୁସି ହୋଇଥାନ୍ତି କିନ୍ତୁ ଦୁଃଖ ସମୟରେ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହୋଇ ପଡନ୍ତି। ଦୁଃଖ ସମୟରେ ଏକୁଟିଆ ରହିବାକୁ ମଧ୍ୟ ପସନ୍ଦ କରିଥାନ୍ତି।

କିଛି ବ୍ୟକ୍ତି ନିଜର ସୁଖ ଓ ଦୁଃଖ ଉଭୟ ସମୟକୁ ଏକ ସ୍ମୃତି ଭାବେ ମନେ ରଖିବା ପାଇଁ ଚାହିଁଥାନ୍ତି। ଦୁଃଖ ଜୀବନରେ ମନୁଷ୍ୟକୁ ଅନେକ କିଛି ଶିଖାଇ ଦେଇଥାଏ। ସେହି ମୂହୁର୍ତ୍ତକୁ ମନେ ରଖିବା ପାଇଁ ଡାଏରୀ ମଧ୍ୟ ଆମେ ଲେଖି ପାରିବା। ଏପରି କରିବା ଦ୍ବାରା ନିଜ ମନର ଅନେକ ଅକୁହା କଥାକୁ ବିନା ଦ୍ବିଧାରେ ଲେଖି ହୋଇଥାଏ। ଏହାଦ୍ବାରା ମନ ହାଲୁକା ଲାଗିଥାଏ।ବ୍ୟକ୍ତି ମନରେ ଅସୁମାରୀ ସ୍ବପ୍ନ, ଆକାଂକ୍ଷା, ବିଶ୍ବାସ ଇତ୍ୟାଦି ରହିଥାଏ। ମନରେ ଏସବୁ ରହିବା ଦ୍ବାରା ବୋଝ ମଧ୍ୟ ଲାଗିଥାଏ। ନିଜ ମନର କଥାକୁ ଆମେ ଅନ୍ୟ କାହା ଆଗରେ ପ୍ରକାଶ କରି ପାରି ନଥାଉ। ତେଣୁ ଡାଏରୀରେ ଲେଖିବା ଦ୍ବାରା ମନ ହାଲୁକା ହୋଇଯାଏ। ଉଭୟ ଭଲ ଓ ଖରାପ ସମୟକୁ ଡାଏରୀରେ ଲେଖିବା ଉଚିତ।
କିଛି ସ୍ବପ୍ନ ଏପରି ଥାଏ ଯାହା ସତ ନ ହେବା ଦ୍ବାରା ମନକୁ ଅଧିକ କଷ୍ଟ ଦେଇଥାଏ। କିନ୍ତୁ ତାହା ବାରମ୍ବାର ପଢିବା ଦ୍ବାରା ସ୍ବପ୍ନକୁ ସତ କରିବା ପାଇଁ ଆଶା ସଞ୍ଚାର ହୋଇଥାଏ।

- Advertisement -

କିଛି ଖୁସିର ମୂହୂର୍ତ୍ତକୁ ମନେ ରଖିବା ପାଇଁ ତାକୁ ଡାଏରୀରେ ଲେଖି ରଖିବା ଉଚିତ। ଏହାକୁ ଯେତେବେଳେ ପଢୁ ସେହି ସ୍ମୃତି ସବୁ ପୂର୍ନଜୀବିତ ହେଲା ପରି ଲାଗିଥାଏ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories