www.samajalive.in
Tuesday, December 9, 2025
15.1 C
Bhubaneswar

ଜାଣନ୍ତୁ ମଧୁମେହର ଲକ୍ଷଣ

ବର୍ତ୍ତମାନର ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଆଦି କାରଣରୁ ମଧୁମେହ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମଧୁମେହ ରୋଗର କିଛି ସ୍ୱତନ୍ତ୍ର ଲକ୍ଷଣ ରହିଛି। ଯାହା ଦେଖାଗଲେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ। ତେଣୁ ସେଭଳି କିଛି ଲକ୍ଷଣ ବିଷୟରେ ଜାଣିବା….
ଯଦି ଆପଣଙ୍କୁ ଆବଶ୍ୟକତା ଠାରୁ ଅଧିକ ଶୋଷ ଲାଗେ, ବାରମ୍ବାର ପାଣି ପିଇଲେ ମଧ୍ୟ ଶୋଷର ଲାଭବ ହୋଇନଥାଏ। ତେବେ ମଧୁମେହର ଲକ୍ଷଣ ଅଟେ।
ସେଭଳି ଆପଣଙ୍କୁ ସମ୍ପୂର୍ଣ୍ଣ ଓ ସଠିକ ମାତ୍ରାରେ ନିଦରେ ଶୋଇବା ପରେ ମଧ୍ୟ ଅଧିକ ହାଲିଆ ଅନୁଭୂତ ହେଉଥାଏ। ମଧୁମେହର ପ୍ରଭାବରେ କାର୍ବୋହାଇଡ଼୍ରେଟ ମାତ୍ରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ନପହଞ୍ଚିଲେ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିପାରିନଥାଏ। ଫଳରେ ହାଲିଆ ଅନୁଭୂତ ହୋଇଥାଏ। ତେଣୁ ଏହା ମଧ୍ୟ ମଧୁମେହର ଏକ ଲକ୍ଷଣ ଅଟେ।
ଆବଶ୍ୟକତା ଠାରୁ ଅଧିକ ଭୋକ ଲାଗିବା ଖାଦ୍ୟ ଅଧିକ ଖାଇଲେ ମଧ୍ୟ ପେଟ ନପୁରିବା ମଧ୍ୟ ଏକ ଲକ୍ଷଣ ଅଟେ।
ବିନା କୌଣସି କାରଣରୁ ଆପଣଙ୍କ ଓଜନ କମିଯିବା ମଧ୍ୟ ମଧୁମେହର ଏକ ଲକ୍ଷଣ ଅଟେ। ତେଣୁ ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କ ପରାର୍ମଶ କରିବା ଜରୁରୀ ଅଟେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories