ଧୂମାବତୀ ବିହାରରେ ସ୍ୱାଭାବିକ ହେଲା ଜଳ ନିଷ୍କାସନ ବ୍ୟବସ୍ଥା

ଚୌଦ୍ୱାର : ଗତ କିଛି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଫଳରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଧୂମାବତୀ ବିହାର, ସାଇବିହାର ଓ ନୁଆସାହି ଅଂଚଳର ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସ୍ଥାନୀୟ ବାସିନ୍ଦା ମାନେ ଏସମ୍ପର୍କରେ ପୌର ପାଳିକାରେ ଅଭିଯୋଗ କରିବା ପରେ ଗତ ୩ଦିନ ତଳେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ସଂଜୟ ସାମଲ, ୱାର୍ଡ କାଉନସିଲର ଆଶୁତୋଷ ଦାସ, ୱାର୍ଡ ଅଫିସର ରଶ୍ମି ରଞ୍ଜନ ଦାସ ପ୍ରମୁଖ ସେହି ଅଞ୍ଚଳ ପରିଦର୍ଶନ କରିବା ସହିତ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ । ଜରୁରୀ କାଳୀନ ଭାବେ ରାଜରାସ୍ତା କଡରେ ବିଭିନ୍ନ ସ୍ଥାନରେ ଡ୍ରେନ୍ ଖୋଳାଯାଇ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ଆବଶ୍ୟକ ସ୍ଥଳେ ହ୍ୟୁମ୍ ପାଇପ୍ ପକାଯାଇ ଉଦବୃତ ଜଳକୁ ରାଜରାସ୍ତା କଡ଼ରେ ଥିବା ନାଳକୁ ଛଡ଼ା ଯିବାର ବ୍ୟବସ୍ଥା କରାଯିବା ପରେ ଖାଲୁଆ ଜାଗା ମାନଙ୍କରେ ଜମି ରହିଥିବା ବର୍ଷାଜଳ ନିଷ୍କାସନ ହୋଇଛି। ଫଳରେ ରବିବାର ସ୍ଥିତି ଧିରେଧିରେ ସ୍ୱଭାବିକ ହେଉଥିବା ଦେଖିବାକୁ ମିଳିଛି । ପୌରାଧ୍ୟକ୍ଷଙ୍କ ଏଭଳି ପଦକ୍ଷେପକୁ ଅଂଚଳବାସୀ ସ୍ୱାଗତ ଜଣାଇଛନ୍ତି ।

kalyan agarbati

Comments are closed.