www.samajalive.in
Saturday, December 6, 2025
15.1 C
Bhubaneswar

ସିରିଜରେ ପରାଜୟ ସତ୍ତ୍ବେ ରେକର୍ଡ ବୁକରେ ଧୋନି ଓ ରୋହିତ

ହାମିଲଟନ୍ : ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ସିରିଜରେ ପରାଜିତ ହୋଇଛି ସତ, କିନ୍ତୁ ଦଳର ଖେଳାଳୀମାନେ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ନୂଆ ରେକର୍ଡ ପ୍ରତିଷ୍ଠା କରିବାର ଗୌରବ ହାସଲ କରିଛନ୍ତି।

ପ୍ରଥମ ଭାରତୀୟ ଭାବେ ମହେନ୍ଦ୍ର ସିଂହ ଧୋନି ୩୦୦ ଟ୍ବେଣ୍ଟି-୨୦ ମ୍ୟାଚ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ ଖେଳିବା ଅବସରରେ ଧୋନି ଏହି ମାଇଲଖୁଣ୍ଟ ଛୁଇଁପାରିଛନ୍ତି । ଧୋନିଙ୍କ ପଛକୁ ଭାରତୀୟ ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା ୨୯୮, ସୁରେଶ ରୈନା ୨୯୬ ଓ ଦିନେଶ କାର୍ତ୍ତିକ ୨୬୦ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳିଛନ୍ତି। ୱେଷ୍ଟଇଣ୍ଡିଜର କୈରନ ପୋଲାର୍ଡ ସର୍ବାଧିକ ୪୪୩ଟି ଟ୍ବେଣ୍ଟି-୨୦ ଖେଳି ତାଲିକାର ସର୍ବାଗ୍ରେ ଥିବାବେଳେ ଧୋନି ୧୨ଶ ସ୍ଥାନରେ ରହିଛନ୍ତି। ପୋଲାର୍ଡଙ୍କ ପଛକୁ ୱେଷ୍ଟଇଣ୍ଡିଜର ଡ୍ବୟେନ ବ୍ରାଭୋ (୪୨୮) ୨ୟ ଓ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକ୍‌କଲମ (୩୬୯) ୩ୟ ସ୍ଥାନରେ ରହିଛନ୍ତି।

- Advertisement -

ସେହିପରି ରୋହିତ ଶର୍ମା ଟ୍ବେଣ୍ଟି-୨୦ ଫର୍ମାଟରେ ସର୍ବାଧିକ ରନ୍‌ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଇସ୍‌ ସୋଢିଙ୍କ ବଲରେ ଏକ ଛକା ମାରି ରୋହିତ ୨୨୮୮ ରନ କରି ଏହି କୃତିତ୍ବର ଅଧିକାରୀ ହୋଇଛନ୍ତି। ଏହି ଅବସରରେ ସେ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍‌ଟିଲଙ୍କୁ ପଛରେ ପକାଇଛନ୍ତି। ଗପ୍‌ଟିଲ ୭୬ଟି ମ୍ୟାଚରୁ ୨୨୭୨ ରନ କରିଥିବାବେଳେ ରୋହିତ ୯୨ଟି ମ୍ୟାଚ ଖେଳି ୨୨୮୮ ରନ କରିଛନ୍ତି। ସର୍ବାଧିକ ରନ ସ୍କୋରର ତାଲିକାରେ ପାକିସ୍ତାନର ସୋଏବ ମାଲିକ୍‌ (୨୨୬୩) ୩ୟ, ଭାରତୀୟ ଅଧିନାୟକ ବିରାଟ କୋହଲି (୨୧୬୭) ୪ର୍ଥ ଓ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କଲମ (୨୧୪୦) ୫ମ ସ୍ଥାନରେ ରହିଛନ୍ତି ।

ସୂଚନା ଯୋଗ୍ୟ, ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡ, ଭାରତକୁ ୨-୧ରେ ପରାସ୍ତ କରିଛି। ଏହା ସହ ଭାରତ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟବର୍ତ୍ତନ କରିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories