www.samajalive.in
Friday, December 5, 2025
23.1 C
Bhubaneswar

ଟ୍ୱିଟର ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କୁ ସଂସଦୀୟ କମିଟିରେ ହାଜର ହେବାକୁ ନୋଟିସ

ନୂଆଦିଲ୍ଲୀ: ସୂଚନା ପ୍ରାଦ୍ୟୋଗିକି ସମ୍ପର୍କିତ ସଂସଦୀୟ କମିଟି ଆଗରେ ହାଜର ନ ହେବା ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ଟ୍ୱିଟରକୁ ମହଙ୍ଗା ପଡିଛି । ଆସନ୍ତା ୨୫ ତାରିଖ ସୁଦ୍ଧା ହାଜର ହୋଇ କାରଣ ଦର୍ଶାଇବାକୁ ସୋମବାରଦିନ ନୋଟିସ ଜାରି କରିଛନ୍ତି ସଂସଦୀୟ କମିଟି । ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ଚଳିତ ମାସ ୧ ତାରିଖରେ ଟ୍ୱିଟରକୁ ସମନ ଜାରି କରିଥିଲେ । ସାମାଜିକ ଗଣମାଧ୍ୟମରେ ନାଗରିକଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ଆଲୋଚନା ପାଇଁ ଏହି ସମନ ଜାରି କରାଯାଇଥିଲା । ପୂର୍ବରୁ ୭ ତାରିଖରେ କମିଟି ବୈଠକ ବସିବାକୁ ସ୍ଥିର ହୋଇଥିଲେ ମଧ୍ୟ ଟ୍ୱିଟରର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ପାଇଁ ବୈଠକ ୧୧ ତାରିଖକୁ ଘୁଞ୍ଚିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଟ୍ୱିଟରକୁ ୧୦ ଦିନ ସମୟ ଦିଆଯାଇଥିଲେ ମଧ୍ୟ ହାଜର ହେବା ପାଇଁ କମ ସମୟ ମିଳିଥିବାରୁ ଅଧିକାରୀ ଆସିପାରିବେ ନାହିଁ ବୋଲି ଦର୍ଶାଇଛନ୍ତି । ଏ ନେଇ ସଂସଦୀୟ କମିଟି ସର୍ବସମ୍ମତ କ୍ରମେ ଗ୍ରହଣ କରିଥିବା ନିଷ୍ପତି ଅନୁଯାୟୀ, ଟ୍ୱିଟରର ବରିଷ୍ଠ କର୍ମକର୍ତ୍ତା କିମ୍ବା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜ୍ୟାକ ଡରସି ହାଜର ନ ହେବା ପର୍ୟ୍ୟନ୍ତ ସଂସଦୀୟ କମିଟି ଅନ୍ୟ କୌଣସି ଅଧିକାରୀଙ୍କ ସହ ଆଲୋଚନା କରିବେ ନାହିଁ । ସୋମବାରଦିନ ଅନୁଷ୍ଠିତ ବୈଠକରେ ଯୋଗ ଦେବାକୁ ଟ୍ୱିଟରର ଭାରତ ପ୍ରତିନିଧି ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଭିତରକୁ ଡକା ଯାଇନଥିଲା I

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories