www.samajalive.in
Sunday, December 7, 2025
26.1 C
Bhubaneswar

୫ ବର୍ଷ ତଳର ଢିମିରିଝୋଳି ଜଙ୍ଗଲ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ- ହତ୍ୟାକାରୀ ସ୍ୱାମୀ ଗିରଫ

ଭଞ୍ଜନଗର: ୨୦୧୫ରେ ତାରସିଂ ଥାନା ଅନ୍ତର୍ଗତ ଢିମିରିଝୋଳି ଜଙ୍ଗଲରେ ଘଟିଥିବା ହତ୍ୟାକାଣ୍ଡର ମୁ୍‍ଖ୍ୟ ଅଭିଯୁକ୍ତକୁ ପୁଲିସ୍‍ ଗିରଫ କରିଛି। କେସ୍‍ ନଂ ୧୭୯/୨୦ ଓ ଧାରା ୩୦୨ ଓ ୨୦୧ ଅନୁଯାୟୀ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲଣ କରିଛି।

ଶନିବାର ଗାଲେରୀ ଫାଣ୍ଡିରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସାମ୍ବାଦିକ ସମ୍ମିଳନୀର ସୂଚନା ଅନୁଯାୟୀ, ଝାଲିଆଗୋଛା ଗ୍ରାମର ରାଜୁ ନାଇକର ସ୍ତ୍ରୀ ଶାନ୍ତି ନାଇକର କୌଣସି କାରଣରୁ ମୃତ୍ୟୁ ଘଟିବା ପରେ ରୁଢାପଦର ଗ୍ରାମ ହରିଜନ ବସ୍ତିର ମାଧୁରୀ ନାଇକ ନାମକ ଜଣେ ଯୁବତୀକୁ ବିବାହ କରିଥିଲା। ତେବେ ମୃତ୍ୟୁ ଘଟିଥିବା ଶାନ୍ତିର ଦୁଇ ପୁଅକୁ ମାଧୁରୀ ଭଲ ଚକ୍ଷୁରେ ଦେଖିଲା ନାହିଁ। ଫଳରେ ମାଧୁରୀ ଦୁଇ ସାବତ ପୁଅକୁ ଅଣଦେଖା କରିବାକୁ ପରିବାର ମଧ୍ୟରେ ସର୍ବଦା କଳହ ଲାଗି ରହିଲା। ଯଦ୍ୱାରା କିଛି ଦିନ ପରେ ମାଧୁରୀ ଦୁଇ ସାବତ ପୁଅକୁ ଝାଲିଆଗୋଛା ଗ୍ରାମରେ ଛାଡି ସ୍ୱାମୀକୁ ଧରି ବାପ ଘର ରୁଢାପଦରକୁ ଗ୍ରାମକୁ ଚାଲି ଆସିଲା। ମାଧୁରୀ ରୁଢାପଦରରେ ରହିବାର କିଛି ଦିନ ମଧ୍ୟରେ ପୁଣି ସେଠାରେ ସ୍ୱାମୀ ସ୍ତୀ ମଧ୍ୟରେ କଳିକତରାଳ ଆରମ୍ଭ ହୋଇଥିଲା। ରାଜୁ ଶ୍ୱଶୁର ଘରେ ରହି ସ୍ତୀର ଚରିତ୍ରକୁ ସନ୍ଦେହ ଚକ୍ଷୁରେ ଦେଖିଥିଲା। ଫଳରେ ସ୍ୱାମୀ ଓ ସ୍ତୀ ମଧ୍ୟରେ ଅଧିକ ଗଣ୍ଡୋଗଳ ପରିସ୍ଥିତି ଲାଗି ରହିବାରୁ କୌଣସି ମତେ ଅଶାନ୍ତିକୁ ଏଡେଇବା ନିମନ୍ତେ ରାଜୁ ପୁଣି ମାଧୁରୀକୁ ନେଇ ନିଜ ଗ୍ରାମ ଝାଲିଆଗୋଛା ଗ୍ରାମକୁ ଚାଲି ଆସିଥିଳା। ମାଧରୀକୁ ପୂର୍ବର ଦୁଇ ସାବତ ପୁଅ ଠାରୁ ଅଲଗାରେ ରଖିଲା। ରାଜୁ ମାଧୁରୀକୁ ଧରି ସ୍ୱତନ୍ତ୍ର ଗୋଟିଏ ଘରେ ରହିଥି ବେଳେ ରୁଢାପଦର ଗ୍ରାମର କିଛି ପୂର୍ବ ସଂପର୍କିୟମାନେ ମାଧୁରୀକୁ କୁଆଡେ ବାରମ୍ବାର ଫୋନ କରିଥିଲେ। ମାଧୁରୀ ଅନ୍ୟ ପୁଅଙ୍କ ସହ କଥା ହେବାର ଦେଖି ରାଜୁ ବିଚଳିତ ହୋଇ ପଡିଥିଲା। ମାଧୁରୀର ଏପରି କାର୍ୟ୍ୟକଳାପକୁ ରାଜୁୁ ଆଦୌ ସହ୍ୟ କରିପାରି ନଥିଲା। ଯତ୍‍ଦ୍ୱାରା ରାଜୁ ମାଧୁରୀର ଚରିତ୍ରକୁ ଅଧିକ ସନ୍ଦେହ ଚକ୍ଷୁରେ ଦେଖି ନିଜ କ୍ରୋଧ ସମ୍ବରଣ କରି ପାରି ନ ଥିଲା। ୫.୨.୨୦୧୫ ତାରିଖରେ ମାଧୁରୀକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ଦେବାର ସଙ୍କଳ୍ପ ନେଇ ରାଜୁ ସାଥିରେ ଧରି ନିକଟସ୍ଥ ଜଙ୍ଗଲକୁ ଜଳେଣୀ କାଠ ଆଣିବାର ବାହାନ କରି ଡାକି ନେଇଥିଲା।

- Advertisement -

ଝାଲିଆଗୋଛା ଗ୍ରାମ ଠାରୁ ପ୍ର୍ରାୟ ୫/୬ କି.ମି ଦୂର ନିର୍ଜନ ଢିମିରିଝୋଳି ଜଙ୍ଗଲକୁ ମାଧୁରୀକୁ ଡାକି ନେଇ ହାତରେ ଧରିଥିବା ଟାଙ୍ଗିଆରେ ଖଣ୍ଡ ଖଣ୍ଡ କରି ହାଣିଥିଲା। ଜୀବନ ବଂଚାଇବା ପାଇଁ ମାଧରୀ ଜଙ୍ଗଲରେ ଆର୍ତ୍ତଚିତ୍କାର ଛାଡିଥିଲେ ହେଁ ପ୍ରତିହିଂସାର ବହ୍ନିରେ ଜଳି ଉଠିଥିବା ରାଜୁ ଚୋଟ ପରେ ଚୋଟ ହାଣି ଚାଲିଥିଲା। ମାଧୁରୀର ଶରୀରର ବିଭିନ୍ନ ସ୍ଥାନକୁ ବାରମ୍ବାର ହାଣି ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ରାଜୁ ସେଠାରୁ ଚମ୍ପଟ ମାରିଥିଲା। ମାଧୁରୀକୁ ଅତି ଜଘନ୍ୟ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ରାଜୁ ସେଠାରୁ କୌଣସି ମତେ ବଦାଙ୍ଗି ଗ୍ରାମ ମୁଖ୍ୟ ରାସ୍ତାକୁ ଚାଲି ଆସି ବସ୍‍ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲା।। ସେଠାରୁ ଚେନ୍ନାଇ ଚାଲି ଯାଇଥିଲା। ଏହି ସଂକ୍ରାନ୍ତରେ ରାଜୁର ପରିବାର ତରଫରୁ ଗାଲେରୀ ଫାଣ୍ଡିରେ ରାଜୁ ଓ ତାର ସ୍ତାର ନିଖୋଜ ସଂପର୍କରେ ଏକ ଏତଲା ଦେଇଥିଲେ। ପୁଲିସ୍‍ ଏହି ସଂକ୍ରାନ୍ତରେ ଏକ ନିଖୋଜ ମାମଲା ୨/୧୫ରେ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ବେଳେ ୨୦.୩.୨୦୨୫ ତାରିଖରେ ଢିମିରିଝୋଳି ଜଙ୍ଗଲରେ ଏକ କଙ୍କାଳ ପଡିଥିବା ଖବର ପାଇ ପୁଲିସ୍‍ ସେଠାରେ ପହଞ୍ଚିଥିଲା। ଏହା ଗାଲେରୀ ଅଞ୍ଚଳରେ ଚହଳ ସୃଟି କରିଥିଲା। ପୁଲିସ୍‍ କଙ୍କାଳକୁ ଜଙ୍ଗଲରୁ ଉଦ୍ଧାର କରି ପରୀକ୍ଷା ନିମନ୍ତେ ବ୍ରହ୍ମପୁର ଏଫ୍‍ଏମ୍‍ଟିକୁ ପଠାଇଥିଲା। ତାରସିଂ ପୁଳିସ୍‍ ୪/୧୫ରେ ଏହି ସଂକ୍ରାନ୍ତରେ ଏକ ମାମଲା ରଜ୍ଜୁ କରି ତଦନ୍ତ ପ୍ରକ୍ର୍ରିୟାକୁ ଅଧିକ ଗତିଶୀଳ କରିଥିଲା। ରାଜୁ ମାଧରୀକୁ ହତ୍ୟା କରି ଫେରାର ଥିବାର ପୁଲିସ୍‍ ଜାଣିବାକୁ ପାଇପାରିଥିଲା। ତେବେ, ସେହି ଦିନଠାରୁ ରାଜକୁୁ ଧରିବା ପାଇଁ ପୁଲିସ୍‍ ଜାଲ ବିଛାଇଥିବା ବେଳେ ଗତ ୪ ଦିନ ତଲେ ରାଜୁ ଗଲେରୀ ଗ୍ରାମର କୌଣସି ବନ୍ଧୁ ଘରକୁ ଆସିଥିବା କଥା ପୁଲିସ୍‍ ଜାଣିପରିଥିଳା। ଫଳରେ ରାଜୁକୁ ପୁଲିସ୍‍ ଗିରଫ କରିବାରେ ସକ୍ଷମ ହୋଇଥିଲା। ରାଜୁ ଗିରଫ ହେବା ପରେ ପୁଲିସ ସମ୍ମୁଖରେ ମାଧୁରୀ ହତ୍ୟାକାଣ୍ଡର ସମସ୍ତ ରହସ୍ୟ ଉନ୍ମୋଚନା କରିଥିଲା ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ପ୍ରକାଶ କରିଥିଲେ। ସମ୍ବାଦିକ ସମ୍ମିଳନୀ ବେଳେ ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା ଉପସ୍ଥିତ ଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories