ପାଟଣା : ଘଟଗାଁ ବ୍ଲକରେ ଶେଷ କାର୍ଯକ୍ରମ ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ଓ ପାଟଣା ବ୍ଲକ ଅଞ୍ଚଳର ପ୍ରଥମ ପଞ୍ଚାୟତ ଭାବେ ଡୁମୁରିଆ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଡୁମୁରିଆରେ ବ୍ଲକ ତରଫରୁ ଜିପିଇଓ ରଶ୍ମିରେଖା ମହାନ୍ତି ଏକମାତ୍ର ଅଧିକାରୀ ଭାବେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଏଠାରେ ଏଲଇଡି ଭ୍ୟାନ ଯୋଗେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦର୍ଶନ କରାଯିବା ସହ ଢେଙ୍କିକୋଟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ସରପଞ୍ଚ ଖଇର ନାଏକ, ଡକ୍ଟର ଶୁଭଲକ୍ଷ୍ମୀ ଆଚାର୍ଯ୍ୟ, ଢେଙ୍କିକୋଟ ବନପାଳ ଚିତ୍ତରଞ୍ଜନ ପରିଡା, ବରିଷ୍ଟ ସାମ୍ବାଦିକ ନୃସିଂହନାଥ ସିଂହ ଓ ସଞ୍ଜୟ କୁମାର ସାହୁ, ଗ୍ରାମରୋଜଗାର ସେବକ ପ୍ରକାଶ କୁମାର ବେହେରା, ଯୋଗାଣ ସହାୟକ ସୁଦାମ ଚରଣ ବେହେରା, ଡ୍ରୋନ ଆସିଷ୍ଟାଣ୍ଟ ରଶ୍ମିରେଖା ସାହୁ, ସ୍ବାସ୍ଥ୍ୟ ପରିଦର୍ଶକ ଅରୁପାନନ୍ଦ ସେଠୀ, ଉଜ୍ଜଳା ଯୋଜନାର ବୀଣାପାଣି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଳିକା ଉଚ୍ଚବିଦ୍ୟାଳୟରୁ ତିଳୋତ୍ତମା ଦେଇ, ସତ୍ୟନାରାୟଣ ବିଦ୍ୟାପୀଠର ଚନ୍ଦ୍ରଶେଖର ମଲ୍ଲିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ଦତ୍ତ, ସ୍ବାସ୍ଥ୍ୟକର୍ମୀ ଲିଙ୍କିନା ବଳ ପ୍ରମୁଖ ଯୋଗ ଦେଇଥିବା ବେଳେ ଏଠାରେ ଆଇସିଡିଏସ ସ୍ବାସ୍ଥ୍ୟ ବିଭାଗ, ଉଜ୍ଜଳା ଗ୍ୟାସ ପକ୍ଷରୁ ଭଗାମୁଣ୍ଡାର ଭାରତ ଗ୍ୟାସ ଏବଂ ଢେଙ୍କିକୋଟ ଇନ୍ଦୁମତି ଇଣ୍ଡେନ ଗ୍ୟାସ ଗ୍ରାମୀଣ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ ଖୋଲା ଯାଇଥିଲା । ସେହିପରି ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତରେ ସରପଞ୍ଚ ଗୌରହରି ନାଏକ ଓ ଜିପିଇଓ ରଶ୍ମିରେଖା ମହାନ୍ତିଙ୍କ ଉପସ୍ଥିତିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି ।
Popular Categories



