www.samajalive.in
Sunday, December 14, 2025
19.1 C
Bhubaneswar

ଢେଙ୍କିକୋଟରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ

ପାଟଣା : ଢେଙ୍କିକୋଟ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବୁଧବାର ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପାଳନ କରାଯାଇଛି । ଏହି ଅବସରରେ ଛାତ୍ରୀ ମାନଙ୍କୁ ବଜାର ଅଞ୍ଚଳ ଓ ଗ୍ରାମ ପରିକ୍ରମାରେ ନିଆଯାଇ ଜନସାଧାରଣଙ୍କୁ ପୁଅ ଭଳି ଝିଅର ଆବଶ୍ୟକତା ଉପରେ ଆକର୍ଷଣୀୟ ସ୍ଲୋଗାନ ମାଧ୍ୟମରେ ସଚେତନା ବାର୍ତ୍ତା ଦିଆଯାଇଥିଲା । ସୁବିଧା ସୁଯୋଗ ଝିଅକୁ ଦିଅ – ରାଷ୍ଟ୍ରପତି ବି ହୋଇଛି ଝିଅ, ପ୍ରତ୍ୟେକ ବୃତ୍ତିରେ ଚମକୁଛି ଆଜିର ନାରୀ- ପୁଅକୁ ପଛରେ ପକାଇ ଆଗେଇଛି ନାରୀ ଆଦି ସ୍ଲୋଗାନ ସମ୍ବଳିତ ପ୍ଲା-କାର୍ଡ ଧରି ସଚେତନା ବାର୍ତ୍ତା ଦିଆଯାଇଥିଲା। ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ଓ ସବିତା ବାରିକ ପ୍ରମୁଖ କୋମଳମତି ଛାତ୍ରୀ ମାନଙ୍କ ସହ ସଚେତନତା ପଦଯାତ୍ରାରେ ସାମିଲ ଥିଲେ ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories