www.samajalive.in
Saturday, December 6, 2025
16.1 C
Bhubaneswar

ଆରଦା ଗାଁରେ ଅଜଣା ଜନ୍ତୁ ଆତଙ୍କ, ୪୨ ମେଣ୍ଢା ମୃତ

ଢେଙ୍କାନାଳ ସଦର: ସଦର ବ୍ଲକ ଅନ୍ତର୍ଗତ ଆରଦା ଗାଁ ରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଗୁହାଳେ ପଶି ୪୨ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରିଛି ବୋଲି ଗ୍ରାମବାସୀ ସନେ୍ଦହ କହିଁଛନ୍ତି। ଅଜଣା ଜନ୍ତୁର ପାଦଚିହ୍ନକୁ ଗ୍ରାମବାସୀ ଠାବ କରିବା ପରେ ଗ୍ରାମରେ ଭୟ ଓ ଆତଙ୍କରେ ଲୋକ ମାନେ ରହିଛନ୍ତି। ପ୍ରକାଶ ଯେ, ସଦର ବ୍ଲକ ସୋଗରପଶି ଗ୍ରାମ ପଞ୍ଚାୟତ ଆରଦା ଗାଁର ଚାଷୀ ସାଧୁଚରଣ ରାଉତଙ୍କ ମେଣ୍ଢାପଲ ଗତକାଲି (ଶୁକ୍ରବାର) ସଂଧ୍ୟାରେ ଚରାବୁଲା କରି ଗୁହାଳେ ଭର୍ତ୍ତି ହୋଇଥିଲେ। ଶନିବାର ସକାଳ ସାଢେ ୫ଟା ବେଳକୁ ସାଧୁଚରଣଙ୍କ ପତ୍ନୀ ଲଳିତା ଗୁହଳେ ଦେଖିଲା ବେଳକୁ ସବୁତକ ମେଣ୍ଢା ମରିପଡିଛନ୍ତି।

ଖବର ଗାଁ ଲୋକ ଜାଣିବା ପରେ ଅନୁସନ୍ଧାନରୁ ଜଣାପଡୁଛି କି କୈାଣସି ଅଜଣା ଜନ୍ତୁ ଏପରି କାଣ୍ଡ ଭିଆଇଛି। କାରଣ ଏକ ପଶୁର ପାଦ ଚିହ୍ନ ସେଠାରେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ସାଧୁଚରଣଙ୍କର ଛୋଟବଡ ୪୨ଟି ମେଣ୍ଢା ଥିଲେ। ମେଣ୍ଢା ଚାଷରୁ ସେ ଜୀବିକା ନିର୍ବାହ କରୁଥିଲେ। ଏବେ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ନିଆଳୀ ମେଣ୍ଢା ମଡକ ଓ ସଦ୍ୟ ଆରଦା ଗାଁର ମେଣ୍ଢା ମଡକକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories