www.samajalive.in
Friday, December 5, 2025
17.1 C
Bhubaneswar

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରିଲେ ବୁଦ୍ଧିଜୀବୀ

ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଅଚାନକ ପରିଦର୍ଶନ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ କିଛି ବୁଦ୍ଧିଜୀବୀ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘେରିଛନ୍ତି ବୁଦ୍ଧିଜୀବୀ। ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ପରିଦର୍ଶନ କରାଯାଇଛି। ହସ୍ପିଟାଲରେ ପହଞ୍ଚିବା ପରେ ସକାଳ ୮ଟା ସୁଦ୍ଧା କୌଣସି ଡାକ୍ତର ସଠିକ ସମୟରେ ନ ପହଞ୍ଚିବା, ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ନଦେବା, ଏପରିକି ଖାଦ୍ୟ ମଧ୍ୟ ଦିଆଯାଉ ନ ଥିବା ଜଣା ପଡିଥିଲା। ଏନେଇ ବିଭିନ୍ନ ୱାର୍ଡରେ ବୁଲିବା ପରେ ସିଡିଏମଓ ଏବଂ ଏଡିଏମଓଙ୍କୁ ଘେରାଉ କରିଥିଲେ ସମସ୍ତ ସଂଘର କର୍ମକର୍ତ୍ତା। ବାରମ୍ବାର ଏନେଇ ଅଭିଯୋଗ ଓ ଆନ୍ଦୋଳନ ପରେ ବି କାହିଁକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସୁନାହିଁ ବୋଲି ସିଡିଏମଓଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ ବିଭିନ୍ନ ସଂଘର ବରିଷ୍ଠ କର୍ମକର୍ତ୍ତା। ଏପଟେ ତୁରନ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ନଆସିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସମସ୍ତ ସଂଘ। ହସ୍ପିଟାଲରେ ୫୨ ଡାକ୍ତରଙ୍କ ଜାଗାରେ ୨୭ ଜଣ ରହିଥିବା ବେଳେ ୩ ଜଣ ହିନ୍ଦୋଳ ଡେପୁଟେସନରେ ନେଇଛନ୍ତି। ଯେଉଁମାନେ ଠିକ ସମୟରେ ଡ୍ୟୁଟିରେ ଯୋଗ ଦେଉ ନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡିଏମଓ ଅଶୋକ କୁମାର ଦାସ। ହସ୍ପିଟାଲରେ ଵୟୋମେଟ୍ରିକ ମେସିନ ଲଗାଯିବ। ଅବହେଳା ନଜରକୁ ଆସିଲେ ଦରମା ବନ୍ଦ କରାଯିବ ବୋଲି ଶ୍ରୀ ଦାସ ଗଣମଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories