www.samajalive.in
Saturday, December 6, 2025
23.1 C
Bhubaneswar

ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର ; ସ୍ଥାନ ଛାଡି ପଳାଇଲେ ବର-କନ୍ୟା

ଲଖନଉ : ବିସୋଲୀ କୋତବାଲୀ କ୍ଷେତ୍ରର ଗାଁ ପରବେଜନଗରରେ ବୁଧବାର ଏକ ବିବାହ ସମାରୋହ ଆୟୋଜିତ ହୋଇଥିଲା। ତେବେ ବିବାହ ସମୟରେ ହଠାତ୍‌‌ କନ୍ୟାପକ୍ଷ ଓ ବରପକ୍ଷ ମଧ୍ୟରେ ବିବାଦ ଦେଖାଯାଇଥିଲା। ଉପସ୍ଥିତ ଥିବା ଲୋକେ କୌଣସି ପ୍ରକାରେ ଘଟଣାକୁ ଶାନ୍ତ କରିଥିଲେ। ମାତ୍ର କିଛି ସମୟ ପରେ ଭୋଜିରେ ଖାଦ୍ୟ ଖାଇବା ସମୟରେ ପୁଣି ଝଗଡା ଆରମ୍ଭ ହୋଇଥିଲା। ଝଗଡା ଧିରେ ଧିରେ ମାରପିଟ୍‌‌ର ରୂପ ନେଇଥିଲା। ମାରପିଟ୍‌‌ ହେବା ସହ ପରସ୍ପର ଉପରକୁ ଚେୟାର ଫୋପଡା ପିଙ୍ଗା ହୋଇଥିଲେ। ପରିସ୍ଥିତି ଏଭଳି ବିଗିଡି ଯାଇଥିଲା ଯେ, ସେଠାରୁ ଉଭୟ ବର ଓ କନ୍ୟାକୁ ନିଜ ଜୀବନ ବଞ୍ଚାଇବାକୁ ବିବାହ ସ୍ଥଳ ଛାଡି ଯିବାକୁ ପଡିଥିଲା। ଅନେକ ସମୟ ପର୍ଯ୍ୟନ୍ତ ମାରପିଟ୍‌‌ ହେବା ସହ ବର ପକ୍ଷ ସେଠାରୁ ପଳାଇଥିଲେ। ଏହାପରେ କନ୍ୟା ପକ୍ଷ ସହ କଥାବାର୍ତ୍ତା ହେବା ସହ ପୁଣି କଥାବାର୍ତ୍ତା କରାଇ ବାକି ଥିବା ବିବାହ କର୍ମ ପୁଣି ସମ୍ପନ୍ନ କରାଯାଇଥିଲା। ଏହାପରେ କନ୍ୟାର ବିଦାୟୀ କରାଯାଇଥିଲା। ମାତ୍ର ଏନେଇ ଥାନାରେ କୌଣସି ମାମଲା ରୁଜୁ କରାଯାଇ ନାହିଁ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories