www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡିରୁ ହିନ୍ଦୋଳର ବିଧାୟିକା ସୀମାରାଣୀ ନାଏକଙ୍କ ଇସ୍ତଫା

ଭୁବନେଶ୍ବର: ଆଜି ବିଜେଡିରୁ ହିନ୍ଦୋଳର ବିଧାୟିକା ସୀମାରାଣୀ ନାଏକ ଇସ୍ତଫା ଦେଇଛନ୍ତି। ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ  ଚିଠି ଲେଖିଛନ୍ତି। ୧୦ ବର୍ଷ ହେଲା ସେ ଲୋକଙ୍କର ସେବା କରିଆସୁଥିଲେ ।  ବ୍ୟକ୍ତିଗତ କାରଣରୁ ଦଳ ରହିବା ସମ୍ଭବ ନୁହେଁ। ତେଣୁ ବ୍ୟକ୍ତିଗତ ସମସ୍ୟା ପାଇଁ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଆଜି ଘୋଷଣା ହୋଇଥିବା ଟିକେଟ ତାଲିକାରେ ସୀମାରାଣୀଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ହିନ୍ଦୋଳରୁ ମହେଶ ସାହୁଙ୍କୁ ଟିକଟ ମିଳିବା ପରେ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ସୀମାରାଣୀ। କାରଣ ବିଧାୟିକା ସୀମାରାଣୀ ନାଏକଙ୍କ ଟିକଟ କାଟିଥିଲା ବିଜେଡି। ହିନ୍ଦୋଳ ବିଧାୟିକା ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଆସନ୍ତାକାଲି ନିଜ ସମର୍ଥକମାନଙ୍କ ସହିତ ସୀମାରାଣୀ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏପରିକି ତାଙ୍କୁ ବିଜେପି ପକ୍ଷରୁ ହିନ୍ଦୋଳ ପାଇଁ ବିଧାୟିକା ପ୍ରାର୍ଥୀ ଟିକଟ ଦେବା ନେଇ ମଧ୍ୟ ଚର୍ଚ୍ଚାହେଉଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories