www.samajalive.in
Friday, December 5, 2025
17.1 C
Bhubaneswar

ଏ କେଉଁ ଭଳି ବାପା, ୭ମାସର ଝିଅକୁ କଚାଡି ମାରିଲା

ସମାଜ ଡିଜିଟାଲ ଡେସ୍କ: ମଦ୍ୟପ ବାପାର ନୃଶଂସ କାଣ୍ଡ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡାରେ ବଳି ପଡିଛି ୭ମାସର ଶିଶୁ କନ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ । ମୟୂରଭଞ୍ଜର ସଞ୍ଜୟ ଚାତାର ଶ୍ୱଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲା । ଗତ କିଛି ମାସ ହେବ କିଛି କାମଧନ୍ଦା ନରକି ଘରେ ବସିବା ସହ ମଦ୍ୟ ପାନ କରୁଥିଲା । ଏହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା । ସ୍ତ୍ରୀ ଉପରେ ରାଗି ଯାଇ ମଦ୍ୟପ ସଞ୍ଜୟ ନିଜର ୭ମାସର ଶିଶୁ କନ୍ୟାକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା ।

ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଛି । ଏଭଳି ନୃଶଂସ କାଣ୍ଡପରେ ଛୁଆକୁ ରକ୍ଷା କରିବାକୁ ଯାଇ ସ୍ୱାମୀ ପେଟରେ କାଚ ବୋତଲ ଭୁସିଦେଲା ସ୍ତ୍ରୀ । ଏଥିରେ ସଞ୍ଜୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । କଙ୍କଡାହାଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories