www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁରୀ ବ୍ରାଣ୍ଡର ବଜାର ଚାହିଦା ବଢାଇବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ପଡ଼ିଆବାହାଲ :  କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନର ସରକାରରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ (ଏନଏଚଡିପି) ସମେତ ବିଭିନ୍ନ ଯୋଜନାରେ ସମ୍ବଲପୁର ଜିଲ୍ଲାର ବୁଣାକାରଙ୍କୁ ପ୍ରଶିକ୍ଷଣ,  ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ଉପଯୁକ୍ତ ବଜାର ଯୋଗାଇ ସେମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବାର ଲକ୍ଷ୍ୟ ରଖାଯାଇଛି । ମୂଳତଃ ସମ୍ବଲପୁରୀ ବ୍ରାଣ୍ଡର ବଜାର ଚାହିଦା ବଢାଇବା ଆମର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲାର ପଡ଼ିଆବାହାଲ ବୁଣାକାର ଗ୍ରାମ ବଡତୁରଙ୍ଗ ଠାରେ ଭାରତ ସରକାରଙ୍କ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କୁ ସହାୟକ ହେବା ଭଳି ଉପକରଣ ବିତରଣ କରିଛନ୍ତି । ସମର୍ଥ ବୁଣା ପ୍ରଶିକ୍ଷଣ ସାର୍ଟିଫିକେଟ, ହସ୍ତତନ୍ତ ବିକାଶ ସହାୟତା, ଲୁମ୍, ଲାଇଟିଂ ୟୁନିଟ୍ ଆଦି ସହାୟତା ସେମାନଙ୍କୁ ପ୍ରଦାନ କରିଛନ୍ତି ପ୍ରଧାନ ।  ସେ କହିଛନ୍ତି ଯେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ବୁଣାକାର ଭାଇ ଭଉଣୀମାନଙ୍କ ପରିଶ୍ରମକୁ ସ୍ୱୀକୃତି ଦେବାର ଏକ ନିଆରା ପଦକ୍ଷେପ । ଏହି ପଦକ୍ଷେପ ଦ୍ୱାରା ହସ୍ତତନ୍ତ ଓ ବୟନଶିଳ୍ପର ଉଭୟ ଉତ୍ପାଦନ ଓ ଚାହିଦା ବଢିବ । ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ମାନଙ୍କର ରୋଜଗାର ବଢିବ । ସେମାନଙ୍କ ପ୍ରତିଭା ଲୋକାଦୃତ ହେବା ସହ ଆର୍ଥିକ ଦୃଷ୍ଟିରୁ ସେମାନେ ସମ୍ପନ୍ନ ହେବେ ।

- Advertisement -

ସମ୍ବଲପୁର ସମେତ ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ  ବଲାଙ୍ଗୀର ଆଦି ଜିଲ୍ଲାରେ ବୁଣାକାରମାନଙ୍କ ସଂଖ୍ୟା ଅଧିକ ।  ଓଡ଼ିଶାର ବୁଣାକାରମାନଙ୍କୁ ପ୍ରଶିକ୍ଷଣ ଦେବାର ଯୋଜନା ହେବ । ସେମାନଙ୍କୁ ବ୍ୟବସାୟ ସହ ଯୋଡାଯିବ । ଭାରତ ସରକାର ଓ ରାଜ୍ୟ ସରକାର ଏଥିରେ ସହଯୋଗୀ ହେବେ ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଆମର ବୁଣାକାର ଭାଇ ଭଉଣୀମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବଦ୍ଧ ପରିକର । ପ୍ରଧାନ କେନ୍ଦ୍ର ସରକାରଙ୍କ ପିଏମ ସୂର୍ଯ୍ୟଘର ଯୋଜନା ସମେତ ରାଜ୍ୟ ସରକାରଙ୍କ ସୁଭଦ୍ରା ଓ ଅନ୍ୟାନ୍ୟ କୃଷି ଭିତ୍ତିକ ଯୋଜନା ଉପରେ ଆଲୋକପାତ କରିବା ସହ ବଡତୁରଙ୍ଗକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ ।  ଏହି ଗସ୍ତ କାଳରେ ପ୍ରଧାନ ଏହି ଗ୍ରାମରେ ଥିବା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories