www.samajalive.in
Saturday, December 6, 2025
16.1 C
Bhubaneswar

ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗ : ନିର୍ବାଚନ ପୂର୍ବରୁ ବିଜେଡିର ସୁଆଙ୍ଗ : ଧର୍ମେନ୍ଦ୍ର

ଭୁବନେଶ୍ୱର : ମହିଳାଙ୍କ ସଂରକ୍ଷଣ ନାଁ ରେ ନିର୍ବାଚନର ୪/୫ ମାସ ପୂର୍ବରୁ ସୁଆଙ୍ଗ କରାଯାଉଛି। ଏହା ବାହାଘରବେଳେ ବାଇଗଣ ରୁଆ ଭଳି କାମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳାଙ୍କ ସଂରକ୍ଷଣକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂରକ୍ଷଣକୁ ନେଇ ସବୁ ଦଳର ମତ ବିଗତ ଦଶନ୍ଧି ଧରି ରହିଛି। ଲୋକସଭା ଓ ରାଜ୍ୟସଭାରେ ବିଭିନ୍ନ ପର୍ଯ୍ୟାୟରେ ଏହା ଉପରେ ବିତର୍କ ହୋଇଛି। ବିଜେଡିର ଭୂମିକା କ’ଣ ଅତୀତରେ ସଂସଦର ବିତର୍କକୁ ଅନୁଶୀଳନ କଲେ ଜଣାଯାଏ। ଯଦି କେହି କୁମ୍ଭୀରକାନ୍ଦଣା କାନ୍ଦିବାକୁ ଚାହେଁ ତା ଆଖିରୁ ଲୁହ ସରିବ ନାହିଁ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନିର୍ବାଚନ ଆଗକୁ ଥିବା ହେତୁ ଏହା ଏକ ରାଜନୈତିକ ପଇଁତରାବାଜି। ଏହାକୁ ଲୋକମାନେ ବୁଝିଛନ୍ତି। ଓଡିଶା ଭଳି ରାଜ୍ୟରେ ମହିଳା ଅତ୍ୟାଚାର ସବୁଠୁ ଅଧିକ। କୁନ୍ଦୁଲି ନାବାଳିକାର ଦୁଃଖ ଓଡିଶାର ମା’ ଭଉଣୀ ଭୁଲି ନାହାନ୍ତି। ଏବେ ବେଲଟିକିରି ଆଶ୍ରମରେ ସରକାରଙ୍କ ନାକତଳେ ସରକାରୀ ପୃଷ୍ଠପୋଷକରେ ଗୋଟିଏ ଏନଜିଓ ମାଧ୍ୟମରେ ଝିଅମାନଙ୍କୁ ଅକଥନୀୟ ନିର୍ଯାତନାର ଚିତ୍ର ସାମ୍ନାକୁ ଆସିଲା। ସରକାର ମହିଳାଙ୍କ ପାଇଁ ସଂରକ୍ଷଣ କଥା କହିବା କେବଳ ସୁଆଙ୍ଗ ଛଡା ଆଉ କିଛି ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories