www.samajalive.in
Saturday, December 6, 2025
23.1 C
Bhubaneswar

ମୃତ୍ୟୁର ୧୨ ଦିନ ପରେ ମାଟିତଳୁ ଶବ କାଢ଼ିଲା ପୁଲିସ

ବାସୁଦେବପୁର : ନାୟକାଣୀଡିହି ଥାନା ରାଜଘରପୋଖରୀ ବୀଣାଦଣ୍ଡା ଗ୍ରାମର କାର୍ତ୍ତିକଚନ୍ଦ୍ର ନାୟକଙ୍କ ମୃତ୍ୟୁର ୧୨ ଦିନ ପରେ ପୁଲିସ ଶବ ଖୋଳିଛି। ସ୍ଥାନୀୟ ମାଜିଷ୍ଟ୍ରେଟ୍‍ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଘର ନିକଟରେ ପୋତା ଯାଇଥିବା ସ୍ଥାନରୁ ଶବଟିକୁ ଉଦ୍ଧାର କରି ଆଜି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନାରେ, ୨୦୧୭ ମସିହା ଜୁଲାଇ ମାସରେ କାର୍ତ୍ତିକଙ୍କୁ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି କୌଣସି କାରଣରୁ ବଜାରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ କାର୍ତ୍ତିକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ପରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପରିବାର ପକ୍ଷରୁ ଗଣ୍ଡଗୋଳରେ ସମ୍ପୃକ୍ତ ଦୁଇ ଯୁବକଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା। କଟକରେ ଦୀର୍ଘଦିନ ଚିକତ୍ସା ପରେ ଡାକ୍ତରଙ୍କ ପରାମର୍ଶରେ କୋମା ଅବସ୍ଥାରେ ପରିବାର ଲୋକେ କାର୍ତ୍ତିକଙ୍କୁ ଘରକୁ ଫେରାଇ ଆଣିଥିଲେ। ଘରେ ପ୍ରାୟ ଦେଢ଼ ବର୍ଷ କୋମାରେ ରହି ଗତ ୨୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। କାର୍ତ୍ତିକଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ଅନ୍ତିମ ସଂସ୍କାର କରାଯାଇଥିଲା। ବିଳମ୍ବରେ ଖବର ପାଇ, ମୃତଦେହର ବ୍ୟବଚ୍ଛେଦ ହୋଇ ନଥିବାରୁ ପୁଲିସ ଘଟଣାର ଖୋଳାତାଡ଼ ଆରମ୍ଭ କରିଥିଲା। ମୃତ୍ୟୁର ଦ୍ୱାଦଶ ଦିନରେ ଶବଖୋଳା ଆରମ୍ଭ କରିଥିବାବେଳେ ସନ୍ଧ୍ୟା ହୋଇଯିବାରୁ ଏହି କାମ ଶେଷ ହୋଇପାରି ନଥିଲା। ବୁଧବାର କାର୍ତ୍ତିକଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ନାୟକାଣିଡିହି ଥାନାଧିକାରୀ ରତିକାନ୍ତ ଗିରି ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories