www.samajalive.in
Friday, December 12, 2025
23.1 C
Bhubaneswar

ଧର୍ମଶାଳା ଟ୍ବେଣ୍ଟି-୨୦ରେ ବର୍ଷା ଆଶଙ୍କା

ଧର୍ମଶାଳା : ହିମାଳୟର ପାଦଦେଶରେ ଅବସ୍ଥିତ ହିମାଚଳ ପ୍ରଦେଶର ଧର୍ମଶାଳାରେ ୧୫ରେ ଘରୋଇ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ବୁଧବାର ରାତିରୁ ରବିବାର ପର୍ଯ୍ୟନ୍ତ ଧର୍ମଶାଳାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଫଳରେ ମ୍ୟାଚ୍ ପାଇଁ ପଡ଼ିଆକୁ ପ୍ରସ୍ତୁତ କରିବା ନେଇ ଚିନ୍ତାରେ ପଡ଼ିଛନ୍ତି ଏଚ୍‌ପିସିଏ ଷ୍ଟାଡିୟମ୍‌ର କ୍ୟୁରେଟର ଓ ଗ୍ରାଉଣ୍ଡସ୍‌ମ୍ୟାନ୍।
ହିମାଚଳ ପ୍ରଦେଶରେ ଏବେ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀର ପ୍ରଭାବ ରହିଛି। ଏହି ସମୟରେ ବର୍ଷା ଆରମ୍ଭହେଲେ ୨ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ଏପରି ହେଲେ ମ୍ୟାଚ୍ ପାଇଁ ଗ୍ରାଉଣ୍ଡ ପ୍ରସ୍ତୁତ କରିବା ବେଶ୍ କଷ୍ଟକର ହୋଇପଡ଼େ। ବିଶେଷକରି ପିଚ୍‌କୁ ଟ୍ବେଣ୍ଟି-୨୦ ମ୍ୟାଚ୍ ଉପଯୋଗୀ କରିବା ବେଶ୍ କଷ୍ଟକର ହୋଇଥାଏ। ପୁଣି ପାଗ ମେଘୁଆ ରହିଲେ ପେସ୍ ବୋଲରଙ୍କୁ ସହାୟତା ମିଳିବ। କାରଣ ଦୀର୍ଘସମୟ ଧରି ପିଚ୍ ଉପରେ କଭର ରହିଲେ; ଏଥିରେ ଖରା ପଡ଼ିବ ନାହିଁ। ଫଳରେ ପିଚ୍‌ରେ କିଛି ଆର୍ଦ୍ରତା ରହିବ। ଟ୍ବେଣ୍ଟି-୨୦ ସିରିଜ୍ ପାଇଁ ଭାରତ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳରେ କାଗିସୋ ରାବାଡ଼ା ଓ ଜୁନିୟର ଡାଲାଙ୍କ ପରି ପେସ୍ ବୋଲର ରହିଛନ୍ତି। ଫଳରେ ଏହି ମ୍ୟାଚ୍‌ରେ ପେସ୍ ବୋଲରଙ୍କ ପ୍ରାଧାନ୍ୟ ରହିବ ଏବଂ ଦକ୍ଷିଣ ଆଫ୍ରିକାକୁ ପିଚ୍ ଓ ବାତାବରଣ ସୁହାଇବ। ପ୍ରକୃତରେ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦର୍ଶକ ଛକା, ଚୌକା ଦେଖିବାକୁ ଆସିଥାଆନ୍ତି। ତେଣୁ କ୍ୟୁରେଟର ସ୍ବାଭାବିକ ଭାବେ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ପିଚ୍‌କୁ ବ୍ୟାଟିଂ ଉପଯୋଗୀ କରିଥାଆନ୍ତି। ତେବେ ବର୍ଷା ଯୋଗୁଁ ଧର୍ମଶାଳାରେ ଏପରି କରିବା ଅସମ୍ଭବ। ଏଣେ ଦକ୍ଷିଣ ଆଫ୍ରିକା ଦଳ ମଙ୍ଗଳବଠାରୁ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଅଭ୍ୟାସ ଆରମ୍ଭ କରିଥିବା ବେଳେ ଭାରତୀୟ ଦଳ ବୁଧବାର ମେଘୁଆ ଆକାଶ ତଳେ ଅଭ୍ୟାସ କରିଛନ୍ତି।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories