www.samajalive.in
Friday, December 12, 2025
14.1 C
Bhubaneswar

ଭବିଷ୍ୟତ ମିଶନ ଉପରେ ଧ୍ୟାନ ଦେବାକୁ ବୈଜ୍ଞାନିକଙ୍କୁ ଶିବନଙ୍କ ପରାମର୍ଶ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ଧୀର ଅବତରଣର ବିଫଳତା ଉପରେ ତର୍ଜମା ଚାଲିଛି। ଇସ୍ରୋର ଆଭ୍ୟନ୍ତରୀଣ କମିଟି ଏହାର ତଦନ୍ତ ଚଳାଇଛି। ତେବେ ଅଭିଯାନର ଏହି ବିଫଳତାରେ ହତୋତ୍ସାହିତ ନ ହୋଇ ଭବିଷ୍ୟତର ମିଶନଗୁଡିକ ଉପରେ ଧ୍ୟାନ ଦେବାକୁ ଇସ୍ରୋ ଅଧ୍ୟକ୍ଷ କେ ଶିବନ ବୈଜ୍ଞାନିକମାନଙ୍କୁ କହିଛନ୍ତି। ସୋମବାର ଇସ୍ରୋର ବୈଜ୍ଞାନିକ ଓ ଯନ୍ତ୍ରୀମାନଙ୍କୁ ସମ୍ବୋଧନ କରି ଏପରି ବାର୍ତ୍ତା ଦେଇଥିବା ରିପୋର୍ଟରୁ ଜଣାଯାଇଛି। ଚନ୍ଦ୍ରଯାନ-୨ ଅର୍ବିଟର ବିଜ୍ଞାନ କ୍ଷେତ୍ରରେ ଶତପ୍ରତିଶତ ସଫଳତା ହାସଲ କରିଥିବାବେଳେ ଅବତରଣ (ଲ୍ୟାଣ୍ଡିଂ) ଟେକ୍ନୋଲୋଜି କ୍ଷେତ୍ରରେ ୯୫% ସଫଳତା ହାସଲ କରିଥିବା ଶିବନ କହିଛନ୍ତି। ତେଣୁ ଏଥିପାଇଁ ବିଚଳିତ ହେବାର ଆବଶ୍ୟକ ନାହିଁ; ବରଂ ଆଗାମୀ ଅଭିଯାନଗୁଡିକରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କ୍ରାସ ଲ୍ୟାଣ୍ଡିଂ ପରେ ବିକ୍ରମର ଅବସ୍ଥିତିକୁ ଅର୍ବିଟର ଦ୍ବାରା ଠାବ କରାଯାଇଛି। ଏହା ସହିତ ଯୋଗାଯୋଗ ପାଇଁ ଉଦ୍ୟମ ଚାଲିଥିବା ଇସ୍ରୋ କହିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories