ଧର୍ମଶାଳା ଯୁବ ବିଜେଡିକୁ ଗୁରୁମନ୍ତ୍ର ଦେଲେ ବିଧାୟକ ପ୍ରଣବ ବଳବନ୍ତରାୟ

ଯାଜପୁର: ଧର୍ମଶାଳା ଯୁବ ବିଜେଡିକୁ ଗୁରୁମନ୍ତ୍ର ଦେଲେ ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷିତୀଶ କୁମାର ନାୟକଙ୍କ ସଭାପତିତ୍ୱରେ ଧର୍ମଶାଳା ନିର୍ବଚାନମଣ୍ଡଳୀର ୨୦ଟି ପଂଚାୟତର ଆୟୋଜିତ ଯୁବ ବିଜେଡିର ସାଙ୍ଗଠାନିକ ବୈଠକରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇଥିଲେ । ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ଯୁବ କର୍ମୀମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ସର୍ବାଧିକ ବ୍ୟବଧାନରେ ବିଜୁ ଜନତା ଦଳର ପ୍ରାର୍ଥୀମାନେ ବିଜୟ ଲାଭ କରିବେ ସେନେଇ ଆଲୋଚନା କରିଥିଲେ । ଯୁବକ ମାନେ ଜନସାଧାରଣଙ୍କ ସମସ୍ୟା ସହିତ ଜଡିତ ରହି କିଭଳି ସେମାନଙ୍କ ସମସ୍ୟାକୁ ଦୂର କରିବେ ଏବଂ ସରକାରଙ୍କ ପ୍ରତିଟି ଯୋଜନାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବେ ସେନେଇ ବିଧାୟକ ଗୁରୁମନ୍ତ୍ର ଦେଇଥିଲେ ।

ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁବ୍ରତ ଧଳ, ଜିଲ୍ଲା ସମ୍ପାଦକ ବିକାଶ ଦାସ, ସାଧାରଣ ସମ୍ପାଦକ ଜୟନ୍ତ ଜେନା, ଜୋନ ନଂ-୧୨ ସଭାପତି ଶକ୍ତିରଞ୍ଜନ ଦାସ, ସାଣାରଣ ସମ୍ପାଦକ ରିତେଶ ମିଶ୍ର, ଉପସଭାପତି ଅରୁପ ନାରାୟଣ ପ୍ରସାଦ, ୧୪ ନଂ ଜୋନ କୋର୍ଡିନେଟର ମଦନ ମୋହନ ନାୟକ, ୧୪ ନଂ ଜୋନ ସଭାପତି ତ୍ରିଲୋଚନ ରାଉତ, ୧୧ ନଂ ଜୋନ ସଭାପତି ପ୍ରଦୀପ ପାଲ, ୧୩ ନଂ ଜୋନ ସଭାପତି ଜିତେନ୍ଦ୍ର ପାଲ, ୧୫ ନଂ ଜୋନ ସଭାପତି ସଞ୍ଜୟ ମଳ, ଯୁବ ନେତା ରାକେଶ ନାୟକ, ସଞ୍ଜୟ ନାୟକ, ବୁଲୁ ବେହେରା, ପ୍ରହଲ୍ଲାଦ ପାତ୍ର, ଦୀପକ ଦାସ, ସୁଧାଂଶୁ ମହାନ୍ତି, ସୁଧାଂଶୁ ସାହୁ ଏବଂ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଚନ୍ଦନ ଓଝା ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments are closed.