www.samajalive.in
Friday, December 5, 2025
20.1 C
Bhubaneswar

ନିଖୋଜ ଧର୍ମାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ତତଡାପଲ୍ଲୀ ଗ୍ରାମର ନିଖୋଜ ରହିଥିବା ଏସ. ଧର୍ମାଙ୍କ ମୃତ ଦେହ ଶନିବାର ଦିନ ତୁଳୁ ବେରେନ୍ଦା ପୋଖରୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତ ଗୁରୁବାର ଠାରୁ ନିଜର ମଇଁଷି ଚଳାଇବାକୁ ଯାଇ ଧର୍ମା ନିଖୋଜ ଥିବା ବେଳେ ତୁଳୁ ପୋଖରୀରେ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଇଥିଲା।
ଏହି କ୍ରମରେ ଗ୍ରାମବାସୀଙ୍କ ପକ୍ଷରୁ କନିଷି ଅଗ୍ନିଶମ ବିଭାଗ ସମେତ ଜିଲ୍ଲା ପ୍ରଶାସନକୁ ଏହା ନେଇ ଅବଗତ କରାଯାଇଥିଲା। ଖବରପାଇ କନିଷି ଅଗ୍ନିଶମ ବିଭାଗ ର ଇନଚାର୍ଜ ଉଗ୍ରସେନ ସାଇ ଓ ତାଙ୍କ ସହ ୭ ଜଣିଆ ଟିମ୍, ବ୍ରହ୍ମପୁର ଅଗ୍ନିଶମ ବିଭାଗର ହାବିଲଦାର ପବିତ୍ର ମଲ୍ଲିକ ଓ ୫ ଜଣିଆ ଟିମ୍ ଏବଂ ଛତ୍ରପୁର ୮ମ ବାଟାଲିୟନ ଓଡ୍ରାଫ ଟିମର ହାବିଲଦାର କେ.ଗଙ୍ଗଧର ଓ ୧୧ ଜଣିଆ ଟିମ୍ ଶୁକ୍ରବାର ଦିନ ତମାମ ପୋଖରୀ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଧର୍ମାଙ୍କ କୈାଣସି ଖବର ମିଳିନଥିଲା ‌ଆଜି ଧର୍ମାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖିବା ପରେ ଏହା ନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ପୁଲିସକୁ ଖବର ଦିଆଯାଇଥିଲା। ମୃତଦେହକୁ ପୋଖରୀରୁ ବାହାର କରି ବ୍ୟବଛେଦ ନିମନ୍ତେ ପଠାଯିବା ସହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସହ ଗ୍ରାମର ସୁନିଲ ପାତ୍ର, ବି. ଡମ୍ବରୁ, ବି. ନକେୟା, ସିଏଚ ନରେଶ, କେ. କୁମାର ପାତ୍ର, ସିଏଚ ଦୂର୍ଯୋଧନ, ଏମ. ସୁରେଶ,ଏମ. ମୋହନ ଓ ସିଏଚ. ଡିଲେଶ୍ବର ପ୍ରମୁଖ ମଧ୍ୟ ନିଖୋଜ ଧର୍ମାଙ୍କୁ ଠାବ କରିବାରେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories