www.samajalive.in
Saturday, December 6, 2025
15.1 C
Bhubaneswar

କୋଭିଡ୍‍ ସମ୍ବନ୍ଧୀୟ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ ପାଇଁ କ୍ୟାବିନେଟ୍‍ ସଚିବଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦେଶର କିଛି ଭାଗରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଇବା ପରେ କ୍ୟାବିନେଟ୍‍ ସଚିବ ରାଜୀବ ଗୌବା, କୋଭିଡ୍‍ ସମ୍ବନ୍ଧୀୟ ନିୟମାବଳୀ ଗୁଡ଼ିକର କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ରାଜ୍ୟ ସରକାରମାନେ ଅଧିକ ଧ୍ୟାନ ଦେବାକୁ ସେ କହିଛନ୍ତି। ଏହା ନ ହେଲେ କୋଭିଡ୍‍କୁ ନିୟନ୍ତ୍ରଣ କରିବା ପାଇଁ ଗତବର୍ଷର ସମସ୍ତ ପରିଶ୍ରମ ବିଫଳ ହୋଇଯିବ ବୋଲି କ୍ୟାବିନେଟ୍‍ ସଚିବ କହିଛନ୍ତି। ଆଜିର ଏକ ସମୀକ୍ଷା ବୈଠକରେ ସେହି ରାଜ୍ୟଗୁଡ଼ିକୁ ପର୍ଯ୍ୟବେକ୍ଷଣ ବୃଦ୍ଧି କରିବା ଓ ସଂକ୍ରମଣ ବ୍ୟାପିବାକୁ ନ ଦେବା ଲାଗି ସତର୍କତା ଜାରି କରାଯାଇଥିଲା। ଫଳପ୍ରଦ ନମୁନା ପରୀକ୍ଷା, ସଂକ୍ରମଣ ଚିହ୍ନଟ ଏବଂ ସଂକ୍ରମିତମାନଙ୍କୁ ତୁରନ୍ତ ପୃଥକ କରି ରଖିବା ପ୍ରତି ଏଥିରେ ଗୁରୁତ୍ୱାରୋପ କରାଯାଇଛି। ଯେଉଁମାନେ କୋଭିଡ୍‍ ନିୟମାବଳୀ ଭଙ୍ଗ କରିବେ ସେମାନଙ୍କୁ ଅଧିକ ଜୋରିମାନା ଦେବା ଓ ଚାଲାଣ କଟାଯିବା ବିଷୟରେ କ୍ୟାବିନେଟ୍‍ ସଚିବ ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories