www.samajalive.in
Saturday, December 6, 2025
26.1 C
Bhubaneswar

ମହାଶିବରାତ୍ରୀ ପର୍ବର ମହତ୍ତ୍ବ ଓ ପୂଜନ ବିଧି

ମହାଶିବରାତ୍ରୀ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ। ଏହି ଦିନ ଭଗବାନ ଶିବଙ୍କର ଆରାଧନା କରାଯାଇଥାଏ। ଭକ୍ତମାନେ ଶ୍ରଦ୍ଧା ଓ ବିଶ୍ବାସର ସହ ଏହି ପର୍ବ ପାଳନ କରିବା ଦ୍ବାରା ସେମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ମାର୍ଚ୍ଚ ୪ତାରିଖରେ ପାଳନ କରାଯିବ।

ମହାଶିବରାତ୍ରୀର ମହତ୍ତ୍ବ :

- Advertisement -

ହିନ୍ଦୁ ପୁରାଣ ଅନୁଯାୟୀ, ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ। କୁହାଯାଇଛି ଯେ, ଏହି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀ ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀକୁ ପାଳନ କରାଯିବା ଉଚିତ। ଏହି ଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଦ୍ବାରା ସେ ପ୍ରସନ୍ନ ହୋଇଯାଆନ୍ତି। ଏବଂ ଭକ୍ତଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରନ୍ତି।

ଚଳିତ ବର୍ଷ ଶିବରାତ୍ରୀ ସୋମବାର ଦିନ ପଡୁଥିବାର ସେହି ଦିନଟି ସମ୍ପୁର୍ଣ୍ଣ ମହଦେବଙ୍କୁ ସମର୍ପିତ ଅଟେ। ଏହି ଦିନ ଶିବରାତ୍ରୀର ମହତ୍ତ୍ବ ଅତ୍ୟନ୍ତ ବଢିଯାଇଥାଏ।

ପୂଜନ ବିଧି :

ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତୁ।

ଜଳରେ କେସର ପକାଇ ୮ ଲୋଟା ଜଳ ଅର୍ପଣ କରନ୍ତୁ।

ରାତି ସାରା ଦୀପ ପ୍ରଜ୍ବଳିତ କରନ୍ତୁ।

ଚନ୍ଦନର ତିଳକ ବା ଟିକା ଲଗାନ୍ତୁ।

ତିନୋଟି ବେଲପତ୍ର, ଜାଇଫଳ, ମିଷ୍ଠାନ୍ନ, ମିଠା ପାନ, ପୁଷ୍ପ, କ୍ଷୀର ଇତ୍ୟାଦି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।

ତାପରେ ଖିରି ଭୋଗ ଲଗାନ୍ତୁ।

ଭୋଗ ଲଗାଇ ସାରିବା ପରେ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।

ଭଗବାନ ଶିବଙ୍କୁ ନିକଟରେ ଓଁ ନମଃ ଶିବାୟଃ ମନ୍ତ୍ର ଜପ କରନ୍ତୁ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories