www.samajalive.in
Sunday, December 7, 2025
26.1 C
Bhubaneswar

ପୁଲଓ୍ବାମା ଆକ୍ରମଣ: ଆମେରିକାରେ ଥିବା ପାକିସ୍ତାନ ଓ ଚୀନ ଦୂତାବାସ ସମ୍ମୁଖରେ ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ

ଶିକାଗୋ: ଜାମ୍ମୁ-କାଶ୍ମୀରର ପୁଲୱାମା ଆକ୍ରମଣରେ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାରେ ପାକିସ୍ତାନର ହାତ ରହିଛି। ଏହି ଘଟଣାକୁ ବିଶ୍ଵବ୍ୟାପୀ ନିନ୍ଦା କରାଯାଉଥିବାବେଳେ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରଭାସୀ ଭାରତୀୟଙ୍କ ପକ୍ଷରୁ ଶିକାଗୋରେ ଥିବା ପାକିସ୍ତାନ ଏବଂ ଚୀନ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବା ସହ ଘଟଣାକୁ ନିନ୍ଦା କରିଥିଲେ। ବେଜିଂ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ବନ୍ଦ କରୁ ବୋଲି ସେମାନେ ଦାବି କରିଥିଲେ। ଜୈଶ ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିବା ବେଳେ ଜୈଶ ମୁଖ୍ୟ ମାସୁଦ ଆଝାରଙ୍କୁ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ଵ ଆତଙ୍କବାଦୀ ଘୋଷଣ କରିବା ଦିଗରେ ଭାରତର ଉଦ୍ୟମକୁ ଚୀନ ବିରୋଧ କରି ଏହାର ଅସଲ ରୂପ ଦେଖାଉଛି ବୋଲି ଭାରତୀୟମାନେ ଅଭିଯୋଗ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories