ଗ୍ରାମୀଣ ଅଦାଲତ ନିର୍ମାଣ ସ୍ଥାନ ପରିବର୍ତ୍ତନ ନିଷ୍ପତ୍ତି ପ୍ରତିବାଦରେ ଗଣଧାରଣା

ଜଗତସିଂହପୁର : ଗ୍ରାମୀଣ ଅଦାଲତ ନିର୍ମାଣ ସ୍ଥାନ ପରିବର୍ତ୍ତନ ନିଷ୍ପତ୍ତି ପ୍ରତିବାଦରେ ଜଗତସିଂହପୁର ଜିଲା ଏରସମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗ୍ରାମବାସୀମାନେ ଗଣଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ତଳେ ଏରସମା ତହସିଲର ସିହା ଗ୍ରାମରେ ଗ୍ରାମୀଣ ଅଦାଲତ କରାଯିବାକୁ ସ୍ଥାନ ନିରୂପଣ କରାଯାଇଥିଲା। ଏଠାରେ ଗ୍ରାମୀଣ ଅଦାଲତ ପ୍ରତିଷ୍ଠା ହେଲେ ଏରସମା ବ୍ଲକର ୨୫ଟି ପଞ୍ଚାୟତର ଜନସାଧାରଣଙ୍କ ପାଇଁ ଏହା ଗମନାଗମନ ଦୃଷ୍ଟିକୋଣରୁ ସୁବିଧା ଜନକ ହେବ ବୋଲି କୁହାଯାଉଥିଲା। ମାତ୍ର ଏବେ ସେହି ସ୍ଥାନରେ ନହୋଇ ଜପା ପଞ୍ଚାୟତର ଇରିବିଣା ଗ୍ରାମର ଏକ ସରକାରୀ ଗୋଚର ଭୂମିରେ କରିବାକୁ ତହସିଲଦାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ସିହା ଗ୍ରାମର ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଏହି କାରଣରୁ ତହସିଲର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିଛି।

Comments are closed.