www.samajalive.in
Saturday, December 6, 2025
14.1 C
Bhubaneswar

ଜିଲାପାଳଙ୍କ ଆଗରେ ଅନଶନରେ ବସିଲେ ପ୍ରାଉଟିଷ୍ଟ ବ୍ଳକ ଇଣ୍ଡିଆ କର୍ମକର୍ତ୍ତା

ବୌଦ୍ଧ : ସରକାର ଗରିବ ଲୋକମାନଙ୍କ ପାଖରେ ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଥିବାବେଳେ ବୌଦ୍ଧ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ବହୁବାର ବିରୋଧୀ ଦଳଗୁଡିକ ଅଭିଯୋଗ କରିଆସୁଛନ୍ତି। ଆଜି ଆବାସ ଦୁର୍ନୀତିର ତଦନ୍ତ ଦାବି କରି ପ୍ରାଉଟିଷ୍ଟ ବ୍ଳକ ଇଣ୍ଡିଆ ବୌଦ୍ଧ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଦିଆଯାଇଛି। ସରକାର ୨୦୨୨ ସୁଧା ଦେଶରେ ସବୁ ମାଟି – କଚ୍ଚାଘରକୁ ପକ୍କାଘର କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବୌଦ୍ଧ ଜିଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାରେ ଦୁର୍ନୀତି ଦିନକୁ ଦିନ ବଢିବାରେ ଲାଗିଛି। କେନ୍ଦ୍ର ସରକାର ଏସଇସିସି ତାଲିକାଭୁକ୍ତ ହିତାଧିକାରୀଙ୍କୁ ଗୃହ ଯୋଗାଇଦେବାକୁ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ବୌଦ୍ଧ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୃତ ବ୍ୟକ୍ତିଙ୍କ ନାମରେ ଓ ଘର ନକରି ଟଙ୍କା ଉଠାଣ ନେଇ ଜିଲା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ଏହାକୁ ନେଇ ଥାନାରେ ମଧ୍ୟ ମାମାଲା ହୋଇଛି। ବର୍ତ୍ତମାନ ପ୍ରାଉଟିଷ୍ଟ ବ୍ଳକ ଇଣ୍ଡିଆ ବୌଦ୍ଧ ଜିଲା ଶାଖା ପକ୍ଷରୁ ଜିଲାରେ ସମସ୍ତ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଘର ଚୋରୀ ହୋଇଥିବା ନେଇ ଅଭିଯୋଗ କରାଯାଇଛି।

ବୌଦ୍ଧ ବ୍ଳକରେ ଭୁକ୍ତାପଡା ଗ୍ରାମର ଶ୍ରୀରାମ କହଁର, କାଶଲପୁର ଗ୍ରାମର ରାମଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀପ୍ରସାଦର ଘାସିରାମ ପ୍ରଧାନ , ଜଗତିର ଲକ୍ଷ୍ମଣ ନାୟକ, ଗୋବିନ୍ଦପୁରର ଦୁର୍ଯ୍ୟଧାନ ନାୟକ, ଜହ୍ନାପଙ୍କର ଉଗ୍ରେସନ ଜେନା(ମୃତ), ସାନବବଡାର କେଟି ବେହେରା (ମୃତ), ବହିରାର ପାର ନାୟକ, ଚଣ୍ଡିଗଳର ସୁନ୍ଦର ପ୍ରଧାନ (ମୃତ), କିରାସିରାର ନେତ ନନ୍ଦୀ ଓ ସୁଶାନ୍ତ ବେହେରା, ବଡମାଳର କାର୍ତ୍ତିକ ନାୟକ, ମୁଣ୍ଡାପଡାର ଲାଲମଣି ନାୟକ, କନ୍ଧ ଧୁରମାଲର ରାଜୀନ୍ଦ୍ର ନାୟକ , ବୁଢୀପଦରର କପିଳ ଭୋକ୍ତା , ହରିପୁରର ଶାନ୍ତ ସେଠୀ ଓ ଉଦେ ବେହେରା, ରାଉତବାହାଲର ରଞ୍ଜନ ପ୍ରଧାନ, ଲୁମୁରଜେନାର ଅଜାମ୍ବିଳ ପ୍ରଧାନ, ଲକ୍ଷ୍ମୀପ୍ରସାଦର ଜଗନ୍ନାଥ ମେହେର ଓ ହରଭଙ୍ଗା ବ୍ଳକର ରାଜେନ୍ଦ୍ର ଭୋକ୍ତା, ସୁବାସ ଭୋକ୍ତା, ସରୋଜିନୀ ପ୍ରଧାନ, ସନ୍ତୋଷ ମେହେରଙ୍କ ଘର ଚୋରି ହୋଇଥିବା ଅଭିଯୋଗ କରିଥିବାବେଳେ କଣ୍ଟମାଳ ବ୍ଳକର ପଞ୍ଚାନନ ସେଠୀ, ପ୍ରଦୀପ କୁମାର ସାହୁ ଓ ରବି କୁମ୍ଭାରଙ୍କ ଘର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଜିଲାରେ ଯଦି ଠିକ ଭାବେ ତଦନ୍ତ କରାଯାଏ ଆହୁରି ଅନେକ ଲୋକଙ୍କ ନାମରେ ଘର ଚୋରି ହୋଇଥିବା ପ୍ରାଉଟିଷ୍ଟ ବ୍ଲକ ପକ୍ଷରୁ ଅଭିଯୋଗ କରାଯାଇଛି। ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସହମତିରେ ଏସବୁ ଦୁର୍ନୀତି ହେଉଥିବା ଅଭିଯୋଗ କରାଯାଇଛି। ପ୍ରାଉଟିଷ୍ଟ ବ୍ଳକ ଇଣ୍ଡିଆ ରାଷ୍ଟିୟ ଆନ୍ଦୋଳନ ସଚିବ କେଦାରନାଥ ସାହୁଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ଦିନିକିଆ ଧାରଣାରେ ବହୁ ହିତାଧିକାରୀ ବସିଥିଲେ। ଏହି ଧାରଣାରେ ସଭାପତି ଶ୍ରୀଧର ଘିବେଲା, ସମ୍ପାଦକ ଚମ୍ପେଶ୍ୱର ଦନ୍ତା, ଧରଣୀଧର ଲେଉରିଆ, ଅରୁଣ କୁମାର ପ୍ରଧାନ, ରାମଚନ୍ଦ୍ର ଦୀପ, ଯୋଗିନ୍ଦ୍ର କହଁର, କୌଶିକ ଜଟି, ସନ୍ତୋଷ କୁମାର ସାହୁଙ୍କ ସମତେ ବହୁ କର୍ମକର୍ତ୍ତା ସାମିଲ ଥିଲେ। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅନଶନ ସ୍ଥଳକୁ ଆସି ପ୍ରାଉଟିଷ୍ଟ ବ୍ଳକ ଇଣ୍ଡିଆ ବୌଦ୍ଧ ଜିଲା ଶାଖାର ଦାବୀ ପତ୍ରକୁ ନେବା ସହ ଚୋରି ସଂପର୍କରେ ତଦନ୍ତ କରିବାକୁ କହିବାପରେ ଅନଶନକାରି ମାନେ ଧାରଣାରୂ ଓହରିଥିଲେ। ଯଦି ଏହା ଉପରେ କିଛି ପଦକ୍ଷେପ ଗ୍ରହଣ କରାନଯାଏ ଆଗାମୀ ଦିନରେ ପ୍ରାଉଟିଷ୍ଟ ବ୍ଳକ ଇଣ୍ଡିଆ ବୌଦ୍ଧ ଜିଲା ଶାଖା ପକ୍ଷରୁ ଦିଲ୍ଲୀରେ ଅଭିଯୋଗ କରିବୁ ବୋଲି ପ୍ରାଉଟିଷ୍ଟ ବ୍ଳକ ଇଣ୍ଡିଆ ପକ୍ଷରୁ ଶ୍ରୀସାହୁ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories