www.samajalive.in
Saturday, December 6, 2025
16.1 C
Bhubaneswar

ଆଠଗଡ କୃଷି କାର୍ଯ୍ୟାଳୟରୁ ଚୋରି

ଆଠଗଡ: ଆଠଗଡ କୃଷି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା କୃଷି ସୂଚନା ପରାମର୍ଶ କେନ୍ଦ୍ର ମଧ୍ୟରୁ ଗତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି। କାର୍ଯ୍ୟାଳୟର ଲୁହାଗ୍ରିଲ, ଏକାଧିକ କବାଟ ଏବଂ ୪ଟି ଆଲମାରୀ ଭଙ୍ଗା ହୋଇଥିବା ସକାଳୁ କାର୍ଯ୍ୟାଳୟକୁ ଆସିଥିବା କର୍ମଚାରୀ ଦେଖିଥିଲେ। ଆଲମାରୀ ମଧ୍ୟରେ ଥିବା ଏକ ଡ୍ରୟାରନରେ ନିକଟରେ ତାଲିମ କାର୍ଯ୍ୟକ୍ରମ ପାଇଁ ବ୍ୟାଙ୍କରୁ ଉଠାଯାଇ ରଖାଯାଇଥିବା ୩୦ହଜାର ଟଙ୍କା ଚୋରି ହୋଇଯାଇଥବା ଦେଖିବାକୁ ମିଳିଥିଲା। ଏଥିସହିତ ଅନ୍ୟାନ୍ୟ କେତେକ ସାମଗ୍ରୀ ମଧ୍ୟ ଚୋରୀ ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ।

ସୂଚନା ପାଇ ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ଏବଂ ବ୍ଲକ୍‍ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର କାର୍ଯ୍ୟାଳୟକୁ ଆସି ଏହି ଘଟଣା ଅନୁଧ୍ୟାନ କରିଥିଲେ। ବ୍ଲକ୍‍ କୃଷି ଅଧିକାରୀଙ୍କ ପରାମର୍ଶକ୍ରମେ ବ୍ଲକ ବୈଷୟିକ ପରିଚାଳକ ଅନିଲ କୁମାର ମହାପାତ୍ର ଏ ସଂପର୍କରେ ଆଠଗଡ ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡ଼ିଛି। ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱକ୍ରମେ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିବା ଜଣାପଡ଼ିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories