www.samajalive.in
Saturday, December 6, 2025
26.1 C
Bhubaneswar

ଐତିହାସିକ ସଂଗ୍ରହାଳୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବଉଦିଆ ଲେଥା

ବୌଦ୍ଧ : ପ୍ରତ୍ୟେକ ଅଞ୍ଚଳର ଭାଷା ସହିତ ଖାଦ୍ୟର ସ୍ୱାତନ୍ତ୍ର୍ୟତା ରହିଛି। ବୌଦ୍ଧ ଜିଲ୍ଳା ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଥିବାବେଳେ ଦକ୍ଷିଣ, ପଶ୍ଚିମ ଓ ପୂର୍ବ ଓଡ଼ିଶାର ସଙ୍ଗମସ୍ଥଳ ଭାବରେ ଏଠାକାର ଲୋକ ସଂସ୍କୃତି, କଳା ପରମ୍ପରା, ଚାଲିଚଳଣି, ଖାଦ୍ୟପେୟ ଓ ଭାଷାରେ ସ୍ୱାତନ୍ତ୍ର୍ୟତା ବାରି ହୋଇପଡେ। ପଶ୍ଚିମ ଓଡ଼ିଶାରେ ଲେଥା ଭାବରେ ପରିଚିତ ଖଟାକୁ ବଭିନ୍ନ ଅଂଚଳରେ ବିଭିନ୍ନ ପ୍ରକାର ଶୈଳିରେ ପ୍ରସ୍ତୁତ କରାଯାଇଥାଏ। ସେସବୁ ମଧ୍ୟରେ ବଉଦିଆ ଲେଥାର ସ୍ୱତନ୍ତ୍ର ଅକର୍ଷଣ ରହିଛି। ସ୍ୱଳ୍ପ ଖର୍ଚ୍ଚରେ ଏବଂ ଘରୋଇ ସାମଗ୍ରୀରେ ପ୍ରସ୍ତୁତ ଲେଥା ଜିଲ୍ଳାର ଗରିବ, ଖଟିଖିଆ, ଚାଷୀ ପରିବାରର ଖାଦ୍ୟ ପରମ୍ପରା ସହ ଅଙ୍ଗାଙ୍ଗି ଭାବରେ ଜଡିତ। ଜିଲ୍ଲାର ସ୍ୱନକ୍ଷତ୍ର ଦିବସରେ ଆରମ୍ଭ କରାଯାଇଥିବା ବୌଦ୍ଧ ସଂଗ୍ରହାଳୟ ମଧ୍ୟରେ ସ୍ୱୟଂସହାୟିକା ଦଳର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ପର୍ଯ୍ୟଟକମାନଙ୍କୁ ବିକ୍ରୟ କରାଯାଉଥିବା ଲେଥା ଏବେ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସଂଗ୍ରହାଳୟ ମାଧ୍ୟରେ ଜିଲ୍ଳାର ଐତିହ୍ୟ ସଂସ୍କୃତି ବଞ୍ଚାଇବାର ପ୍ରୟାସ କରାଯାଇଥିବାବେଳେ ଆଂଚଳିକ ଖାଦ୍ୟର ମଜା ମଧ୍ୟ ପର୍ଯ୍ୟଟକମାନଙ୍କୁ ଯୋଗାଇଦିଆଯାଇଛି। ପ୍ରତିଦିନ ବହୁସଂଖ୍ୟାରେ ପର୍ଯ୍ୟଟକ ଜିଲ୍ଲା ଓ ଜିଲ୍ଲା ବାହାରୁ ସଂଗ୍ରହାଳୟ ପରିଦର୍ଶନରେ ଆସୁଥିବାବେଳେ ବଉଦିଆ ଲେଥାର ସ୍ୱାଦ ସେମାନଙ୍କ ପାଇଁ ନୂଆ ଅନୁଭୁତି ଆଣିଦେଇଥିବା ପ୍ରକାଶ କରୁଛନ୍ତି। ତେଣୁ ବୌଦ୍ଧର ଏହି ଖାଦ୍ୟ ପରମ୍ପରାକୁ ବଂଚାଇ ରଖିବା ପାଇଁ ପ୍ରଶାସନର ପୟାସକୁ ସମେସ୍ତ ପ୍ରଶଂସା ମଧ୍ୟ କରୁଛନ୍ତି। ଜିଲ୍ଲାରେ ସଂଗ୍ରହାଳୟ ସହିତ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ଏହି ଲେଥା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଲେଥା ନୁହେଁ ଏହି ସଂଗ୍ରହାଳୟ ମଧ୍ୟରେ ପର୍ଯ୍ୟଟକମାନଙ୍କ ମାନଙ୍କ ପାଇଁ ପଶ୍ଚିମ ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ଖାଦ୍ୟ ଭାବରେ ଚାଉଳ ବରା,ଆରିସା ପିଠା ଆଦି ମଧ୍ୟ ବିକ୍ରୟ କରାଯାଉଅଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories