www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗା ଡବଲ ମର୍ଡର ଘଟଣା; ରାଜରାସ୍ତାକୁ ଓହ୍ଲାଇବ ବରିଷ୍ଠ ନାଗରିକ ମଞ୍ଚ

କୁଆଁପାଳ: ମାହାଙ୍ଗାରେ ଡବଲ ମର୍ଡରକୁ ନେଇ ତେଜିଛୁ ରାଜନୀତି ବିବାଦ। ଡବଲ ମର୍ଡର ଘଟଣାରେ ବିଜେପି ହୀନ ରାଜନୀତି କରୁଥିବା ନେଇ ମାହାଙ୍ଗା ବରିଷ୍ଠ ନାଗରିକ ମଞ୍ଚ ଏହାର ପ୍ରତିବାଦ କରିବା ଆରମ୍ଭ କରିଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏହି ପ୍ରତିବାଦ ଆରମ୍ଭ ହୋଇଥିବାବେଳେ ଏବେ ପଂଚାୟତ ମାନଙ୍କରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ପ୍ରତିବାଦ କରାଯାଉଥିବା ଦେଖିବାକୁ ମିଳିଛି। ବିଜେପି ଦଳ ଏହି ଘଟଣାକୁ ରାଜନୈତିକ ରୂପ ଦେଇ ମନ୍ତ୍ରୀ ପ୍ରତାପ ଜେନାକୁ ଏହି ମର୍ଡର କେଶରେ ଫସାଇବା ପାଇଁ ଯୋଉ ହୀନ ଚକ୍ରାନ୍ତ ଚଳାଇ ବଦନାମ କରୁଛି ଏହାକୁ ବରଦାସ୍ତ କରାଯିବନି ବୋଲି ମଞ୍ଚପକ୍ଷରୁ କୁହାଯାଇଛି। ଏଥିନେଇ ମାହାଙ୍ଗା ବ୍ଲକ କୁଆଁପାଳ, ତହସିଲ ଛକରେ ବରିଷ୍ଠ ମଞ୍ଚ ପକ୍ଷରୁ ବିଜେପି ନେତାଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ୨୭ତାରିଖ ଦଳିତ ବିଧବା ମହିଳା ମାତାଜୀ ସେଠି ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବା ନେଇ ସଂଘ ବ୍ଲକ ଓ ଥାନା ଘେରାଉ କରିବବୋଲି ଚେତାବନୀ ଦେଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories