www.samajalive.in
Saturday, December 6, 2025
23.1 C
Bhubaneswar

କଂସ ଦରବାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ଜିଲ୍ଲାରେ ନଡ଼ାରୁ ପେଟ୍ରୋଲ ଉତ୍ପାଦନ ପାଇଁ ପ୍ରକଳ୍ପ ବସାଇ ଥିବାରୁ ସାବାସୀ ଦେଇଛନ୍ତି କଂସ ମହାରାଜ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ମହାରାଜଙ୍କ ରାଜ ଦରବାରରେ ଯୋଗଦେବା ଅବସରରେ କଂସ ମହାରାଜ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଂଶସା କରିଛନ୍ତି। ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିର ଅନନ୍ୟ ମହୋତ୍ସବ ଓ ବିଶ୍ୱର ସର୍ବବୃହତ ଖୋଲାମଂଚକୁ ଶ୍ରୀ ପ୍ରଧାନ ହାତୀ ପିଠିରେ ବୁଲି ଦେଖିବା ସହ ମଥୁରାବାସୀଙ୍କୁ ଧନୁଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଧାନ ଅମଳ ପରେ ଚାଷୀଙ୍କୁ ଆମୋଦପ୍ରମୋଦରେ ବାନ୍ଧି ରଖିବା ପାଇଁ ଧନୁଯାତ୍ରା ଅନନ୍ୟ ଲୋକ ମହୋତ୍ସବ ପ୍ରକ୍ରିୟା। ଧନୁଯାତ୍ରା ବର୍ତ୍ତମାନ ସୃଜନଶୀଳତାର ଚରମ ଉତ୍କର୍ଷରେ ପହଞ୍ଚିଛି। ଧନୁଯାତ୍ରାକୁ ଆହୁରି ପ୍ରଚାର ପ୍ରସାର ମାଧ୍ୟମରେ ପ୍ରସିଦ୍ଧି କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ। ଏହାଦ୍ୱାରା ଅର୍ଥନୀତି ସମୃଦ୍ଧ ହୋଇପାରିବ। ବରଗଡ଼ କେବଳ ଧନୁଯାତ୍ରା ନୁହେଁ, ଏ ଅଂଚଳର ବୁଣାକାରଙ୍କୁ ଉଚ୍ଚକୋଟୀର ଶିଳ୍ପ, କୃଷି ଆଧାରିତ ଅର୍ଥନୀତି, ଲୋକଙ୍କର ଲୋକ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସହାୟକ ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ନଡ଼ାରୁ ପେଟ୍ରୋଲ ଉତ୍ପାଦନର ବିକଳ୍ପ ବ୍ୟବସ୍ଥା ବରଗଡ଼ରେ କରାଯାଉଛିା ବରଗଡର ଏହି କାରଖାନା ଜିଲାର କୃଷି ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ବରଗଡ଼ରେ ଗୋଟିଏ କ୍ୟାନସର ହସ୍ପିଟାଲ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି। ଏହି ଦାବି ପୂରଣ ପାଇଁ ସେ ସବୁ ପ୍ରକାର ଚେଷ୍ଟା କରିବେ। କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେଲେ ଗରିବ ଲୋକେ ଏଠାରେ ଚିକିତ୍ସିତ ହେବାର ସୁବିଧା ପାଇପାରିବେ ବୋଲି ସେ କହିଛନ୍ତିା

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories