www.samajalive.in
Saturday, December 6, 2025
19.1 C
Bhubaneswar

ଦିଲ୍ଲୀରେ ମହାତ୍ମା ବିତାଇଥିଲେ ମାତ୍ର ୭୨୦ଦିନ

ନୂଆଦିଲ୍ଲୀ : ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ରାଜଧାନୀ ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ଅବସ୍ଥାନ ଓ କାର୍ଯ୍ୟ ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଗାନ୍ଧିଜୀ ଦିଲ୍ଲୀରେ ବିତାଇଥିବା ସମୟ ଉପରେ ହିଁ ଏହା ପର୍ଯ୍ୟବସିତ ବୋଲି ଜଣାପଡ଼ିଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହା ପ୍ରସ୍ତୁତ କରାଯାଇଛି। ଗାନ୍ଧିଜୀ ୧୯୧୫ରୁ ୧୯୪୮ ମଧ୍ୟରେ ଦିଲ୍ଲୀରେ ଜୀବନର ମାତ୍ର ୭୨୦ ଦିନ ବିତାଇଥିଲେ। ସେଥିମଧ୍ୟରେ ଶେଷ ୧୪୪ ଦିନ ଥିଲା ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ବିରଳା ହାଉସ୍‌ ପ୍ରାର୍ଥନା ସଭାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାନ୍ଧିଜୀ ୧୯୨୧ରେ ଏଠାକାର ତିବିଆ କଲେଜ ଉଦ୍‌ଘାଟନ କରିଥିଲେ। ଏହାଛଡ଼ା ବାଲ୍ମିକୀ ବସ୍ତିରେ ୧୯୪୬ରୁ ୧୯୪୭ ଯାଏ ଅବସ୍ଥାନ କରି ସେଠାକାର ଉନ୍ନୟନ ପାଇଁ କାର୍ଯ୍ୟ କରିଥିଲେ। ଏ ସମଗ୍ର କାର୍ଯ୍ୟ ଉପରେ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ଏହାର ପ୍ରଦର୍ଶନକୁ ଅନୁମତି ଦେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories