www.samajalive.in
Saturday, December 6, 2025
16.1 C
Bhubaneswar

ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

ଲାଞ୍ଜିଗଡ଼: ବିଶ୍ୱନାଥପୁର ନିକଟସ୍ଥ ପୋଖରୀବନ୍ଧରେ ବିରାଟ ଧନୁଯାତ୍ରା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି । ଏହି ଧନୁଯାତ୍ରାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ଦୀପକ ମହାପାତ୍ର, ନିରଞ୍ଜନ ପାତ୍ର, ଗୋବିନ୍ଦ ପ୍ରଧାନୀ ପ୍ରମୁଖ ଯୋଗଦେଇଥିଲେ । ଧନୁଯାତ୍ରା ଆୟୋଜନ କମିଟିର ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ସଭାରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସାଧାରଣ ସମ୍ପାଦକ ଭବାନୀ ଶଙ୍କର ବାଣୁଆ, କାର୍ଯ୍ୟକାରୀ ସଭାପତି ସନାତନ ବିଶି, ଉପ ସଭାପତି କର୍ଣ୍ଣ ମାଝୀ, ପବିତ୍ର ବିଭାର, କୋଷାଧ୍ୟକ୍ଷ ଜୟୀମୁନି ବେହେରା, ଶଙ୍କର ପ୍ରଧାନୀ, ସମ୍ପାଦକ ବିକ୍ରମାଦିତ୍ୟ ବାରିକ, ଯୁଗ୍ମ ସମ୍ପାଦକ ଭଗବାନ ରାଉତ ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ଭାବରେ ଟଙ୍କଧର ମାଝୀ ଯୋଗଦେଇଥିଲେ । ଧନୁଯାତ୍ରାର ପ୍ରଥମ ଦିବସରେ କଂସ ଭୁମିକାରେ ଅଭିନୟ କରୁଥିବା ନରେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସହଯୋଗୀମାନେ ମଥୁରାନଗରୀରେ ମହାରାଜ ଉଗ୍ରସେନଙ୍କ ନଗର ପରିକ୍ରମା, ଦେବକୀ ବସୁଦେବଙ୍କ ଶୁଭବିବାହ, ଯୁବରାଜ କଂସଙ୍କ ମୃଗୟାଯାତ୍ରାରୁ ପ୍ରତ୍ୟାବର୍ତ୍ତନ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ରାଜସିଂହାସନ ଆରୋହଣ, ଦୈବବାଣୀ ଓ ବସୁଦେବଙ୍କ କାରାବରଣ ଆଦି ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ପୋଖରୀବନ୍ଧଠାରେ ଆୟୋଜିତ ହେଉଥିବା ଧନୁଯାତ୍ରା ମହୋତ୍ସବକୁ ନେଇ ଅଞ୍ଚଳବାସିଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥିବା ବେଳେ ପ୍ରଥମ ଦିନରେ ହିଁ ବେସ ଜନସମାଗମ ପରିଲକ୍ଷିତ ହୋଇଥିଲା । ସେହିପରି ଉତ୍ସବକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଧନୁଯାତ୍ରା ପରିଚାଳନା କମିଟି ତରଫରୁ ମିନାବଜାର ଓ ଅପେରାର ପରିକଳ୍ପନା କରାଯାଇଥିବା ବେଳେ ଏଥିରେ ମଧ୍ୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories