ଅଳ୍ପ କିଛି ଦିନ ମଧ୍ୟରେ ବିଦାୟ ନେବ ୨୦୨୩। ପାଦ ଥାପିବ ନୂଆବର୍ଷ ୨୦୨୪। ନବବର୍ଷକୁ ସଭିଏଁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି। ସମସ୍ତେ ଇଚ୍ଛା କରିଥାଆନ୍ତି ନବବର୍ଷ ସଭିଁଙ୍କ ପାଇଁ ସୁଖସମୃଦ୍ଧି ଆଣୁ। ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହୁ। ତେବେ ନବବର୍ଷ ପୂର୍ବରୁ କିଛି ଜିନିଷକୁ ଘରୁ ବାହାର କରିଦେବା ନିତାନ୍ତ ଆବଶ୍ୟକ। ଏହି ସବୁ ଜିନିଷ ଘରେ ରହିବା ଦ୍ୱାରା ସୁଖସମୃଦ୍ଧି ପ୍ରବେଶ କରିବାରେ ବାଧା ସୃଷ୍ଟି ହେବା ସହ ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ ବାସ୍ତୁ ଅନୁଯାୟୀ ନବବର୍ଷ ପୂର୍ବରୁ କେଉଁ ଜିନିଷକୁ ଘରୁ ବାହାର କରିବା ଆବଶ୍ୟକ..
ଘରେ ଭଙ୍ଗାତୁଟା ଜିନିଷ ଥିଲେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ। ସେଭଳି ଘରେ ଭଙ୍ଗାତୁଟା କାଚ ଥିଲେ, ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ। ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ବାସ୍ତୁ ଅନୁଯାୟୀ, ଘରେ କଦାପି ଖରାପ ଘଣ୍ଟା ରଖନ୍ତୁ ନାହିଁ। ନବବର୍ଷ ପୂର୍ବରୁ ଏହାକୁ ଘରୁ ବାହାର କରି ଦିଅନ୍ତୁ। ଘରେ ଖରାପ ଘଣ୍ଟା ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଜୀବନରେ ମଧ୍ୟ ସମସ୍ୟା ଦେଖାଦିଏ।
ଆସୁଛି ନୂଆବର୍ଷ : ଘରୁ ହଟାଇ ଦିଅନ୍ତୁ ଏସବୁ ଜିନିଷ
Popular Categories



