www.samajalive.in
Sunday, December 7, 2025
26.1 C
Bhubaneswar

ମଣ୍ଡିରୁ ଧାନ ନ ଉଠିବାରୁ ରାତିରେ ନିଜେ ଜଗି ରହୁଛନ୍ତି ମହିଳା ଚାଷୀ 

ନବରଙ୍ଗପୁର: ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଥିବା ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଟାର୍ଗେଟ ଆସି ନଥିବା କହି ଚାଷୀଙ୍କୁ ଫେରାଇ ଦିଆ ଯାଉଥିବା ବେଳେ କିଛି ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣା ଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏପଟେ ଧାନ ମଣ୍ଡିରୁ ନ ଉଠିବାରୁ ରାତିରେ ନିଜେ ଜଗିରହୁଥିବା କହିଛନ୍ତି ଜଣେ ମହିଳା ଚାଷୀ । ଏନେଇ ଚାଷୀମାନେ କେବେ ଟାର୍ଗେଟ ଆସିବ, ଟୋକନ କେବେ ମିଳିବ ଏନେଇ ଲ୍ୟାମ୍ପ ଏମଡିଙ୍କୁ ଘେରିଥିଲେ।

ନବରଙ୍ଗପୁର ବ୍ଲକ ମଣ୍ଡିରେ ୨୦୬୬୮୪ କ୍ୱିଣ୍ଟାଲ୍ ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦୫୧୫୧ କ୍ୱିଣ୍ଟାଲ୍ ଧାନ କିଣା ଯାଇଥିବା ନବରଙ୍ଗପୁର ଲ୍ୟାମ୍ପ୍ ଏମଡି ଅରୁଣ ମହାପାତ୍ର ସୂଚନା ଦେଇଛନ୍ତି । ପୁନର୍ବାର ଟାର୍ଗେଟ୍ ଆସିଲେ ବଳକା ଚାଷୀମାନଙ୍କ ଧାନ ଉଠାଯିବ ବୋଲି ଏମଡି କହିଥିଲେ। ସେହିପରି ବିକ୍ରମପୁର ମଣ୍ଡିରେ ଅନ୍ୟ ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଆଜିକୁ ପ୍ରାୟ ୧୩ ଦିନ ହେବ ରାଜକୁମାରୀ ଦଳେଇ ନାମକ ମହିଳା ନିଜ ୧୦୪ କ୍ୱିଣ୍ଟାଲ୍ ଧାନକୁ ମଣ୍ଡିକୁ ନେଇ ମଣ୍ଡିରେ ରଖି ରାତିରେ ମଣ୍ଡିରେ ଜଗୁଥିବା ଅଭିଯୋଗ କରିଛନ୍ତି । ସେ କହିବା ଅନୁଯାୟୀ, ମୋର ଜଣେ ରୋଗିଣୀ ମା ଏବଂ ଗୋଟିଏ ଝିଅକୁ ଘରେ ଛାଡ଼ି ମୁଁ ଯାଇ ମଣ୍ଡିରେ ରାତି ଜଗିବାକୁ ପଡୁଛି । ଯେହେତୁ ମୋର ଧାନ ସବୁ ମଣ୍ଡିରେ ନେଇକି ଛାଡ଼ିଛି ସେଥିପାଇଁ ମୋତେ ଜଗିବାକୁ ପଡୁଛି ବୋଲି କହିଛନ୍ତି । ତାଙ୍କୁ ଟୋକନ ମିଳିଥିବା ବେଳେ ମିଲ୍ ବାଲା ମାନେ ଆଜି ଉଠାଇବୁ, କାଲିକୁ ଉଠାଇବୁ କହି ଧାନ ଉଠାଉ ନ ଥିବା ସହ ୪ ରୁ ୫ କିଲୋ କଟା ଯିବ ବୋଲି ମିଲ ବାଲା କହୁଥିବା ରାଜକୁମାରୀ ଅଭିଯୋଗ କରିଛନ୍ତି । ଆଜି ରାଜକୁମାରୀଙ୍କ ଧାନ ଉଠା ଯିବାର ବ୍ୟବସ୍ଥା କରାଯାଇଛି ବୋଲି ଏମଡି ଶ୍ରୀ ମହାପାତ୍ର କହିଛନ୍ତି । ଅପରପକ୍ଷରେ ହଜାର ହଜାର କ୍ୱିଣ୍ଟାଲ୍ ଧାନ ମଣ୍ଡିଗୁଡିକରେ ପଡି ରହିଥିବା ବେଳେ ଏହାର ତଦାରଖ ଓ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇବା ସହ କେବେ ଟାର୍ଗେଟ ଆସିବ, କେବେ ଟୋକନ ମିଳିବ ଓ କେବେ ଧାନ ଉଠିବ ସେ ନେଇ ଚିନ୍ତାରେ ଚାଷୀ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories