www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟା ‘ଦାନା’ ପ୍ରଭାବରେ ଧାମରାରେ ବଢୁଛି ବର୍ଷା, ପାରାଦୀପ, ରାଜନଗରରେ ବି ବର୍ଷା ଆରମ୍ଭ..

ଧାମରା : ବାତ୍ୟା ‘ଦାନା’ ପ୍ରଭାବରେ ଧାମରାରେ ବର୍ଷାର ପ୍ରକୋପ ବଢ଼ି ବଢ଼ି ଚାଲୁଛି । ଏନ୍‌ଡିଆରଏଫ୍‌ର ୩ଟି ଟିମ ଧାମରାରେ ପହଂଚିଛନ୍ତି । ତଳିଆ ଅଂଚଳର ଲୋକ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି । ଭଦ୍ରକ, କେନ୍ଦ୍ରାପଡାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି। ପାରାଦୀପ ରାଡାର୍‌ ତଥ୍ୟରୁ ପାଣିପାଗ ବିଜ୍ଞାନୀଙ୍କ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ପ୍ରଭାବରେ ଧାମରା, ପାରାଦୀପରେ ବର୍ଷା ଆରମ୍ଭ ହୋଇଛି । ଆକାଶରେ କଳାହାଣ୍ଡିଆ ମେଘ ଘୋଟିବା ସହ ଧାମରାରେ ବର୍ଷା ସହ ପବନ, ପାରାଦୀପରେ ଆକାଶ ମେଘାଚ୍ଛନ୍ନ ରହିଛି। କେନ୍ଦ୍ରାପଡା ରାଜନଗରରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି ।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇ ମାଡି ଆସୁଛି। ଓଡ଼ିଶା ଉପକୂଳ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି। ୨୪ତାରିଖ ରାତି ଓ ୨୫ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ସ୍ଥଳଭାଗ ଛୁଇଁବା ବେଳେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିବ। ବାତ୍ୟା ପ୍ରଭାବରେ ଆଜି ସନ୍ଧ୍ୟାରୁ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହେବ।

ବାତ୍ୟା ‘ଦାନା’; ଆଜି ସନ୍ଧ୍ୟା ପରଠାରୁ ଏସବୁ ଜିଲାରେ ପ୍ରବଳ ବର୍ଷିବ

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories