www.samajalive.in
Saturday, December 6, 2025
15.1 C
Bhubaneswar

୨ ଲକ୍ଷ ଯୌତୁକ ଦାବି କରି ବୋହୂର ତଣ୍ଟି ଚିପି ହତ୍ୟା କଲେ ଶାଶୁଘର ଲୋକେ

ଧାମରା: ଦିନକୁ ଦିନ ମଣିଷ ନିଜର ଅର୍ଥର ଲାଳସା ଆଶାରେ ମଣିଷ ପଣିଆକୁ ହରାଇ ବସିଛି, ଏମିତି କି ଅନ୍ୟର ଜୀବନ ନେବାକୁ ପଛାଉ ନାହିଁ। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ପାଞ୍ଚପଡା ଗ୍ରାମରେ। ଅଭିଯୋଗ ମୁତାବକ ସେରପୁର ଗ୍ରାମର ଶରତ ନାୟକଙ୍କ ଝିଅ ଖିରାଦ୍ରୀ ତନୟା ନାୟକ ଚାନ୍ଦବାଲି ପାଞ୍ଚପଡା ଗ୍ରାମର ସୁବାସ ସାହୁଙ୍କ ପୁଅ ରତିରଞ୍ଜନ ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଯୌତୁକ ମୁତାବକ ୧ ଲକ୍ଷ ଟଙ୍କା ସାଙ୍ଗକୁ ସମସ୍ତ ସୁନା ଅଳଙ୍କାର ମଧ୍ୟ ଦେଇଥିଲେ।
ବାହାଘର ୩ ବର୍ଷ ନପୂରୁଣୁ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ଦିଅର ମିଶି ଖିରାଦ୍ରୀଙ୍କୁ ପ୍ରତ୍ୟେକ ଦିନ ମାଡ ମାରିବା ସହିତ ଆହୁରି ଅଧିକ ୨ ଲକ୍ଷ ଦାବି କରି ଆସୁଥିଲେ। ଏଥିରେ ପ୍ରତିବାଦ କରିବାରୁ ସପରିବାର ମିଶି ଖିରାଦ୍ରୀଙ୍କୁ ଜୀବନରୁ ମାରି ଦେଇଛନ୍ତି ବୋଲି ତାଙ୍କ ବାପା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ୨ବର୍ଷର ଶିଶୁ କନ୍ୟା ସନ୍ତାନଟିଏ ମଧ୍ୟ ଅଛି। ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ସ୍ୱାମୀକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଦେଖନ୍ତୁ ଭିଡିଓ; ନିଶାସକ୍ତ ଅବସ୍ଥାରେ ଅଜଗର ସାପ ସହ ଗାଡି ଚାଳକ କଲେ ଏମିତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories