www.samajalive.in
Saturday, December 6, 2025
23.1 C
Bhubaneswar

ଧାମରାରେ ବ୍ୟାପକ ଚାରା ରୋପଣ 

ଧାମରା : ଧାମରାରେ ଟାଟା ଗ୍ରୁପ ଅଫ କମ୍ପାନୀ ପକ୍ଷରୁ ଧାମରା ମନ୍ଦିର ନିକଟବର୍ତୀ ଇଲାକାରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଟାଟା ଗ୍ରୁପ ଅଫ କମ୍ପାନୀର (ଟିଏମଆଇଏଲ)ସିଏସଆର କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ। ଏହି କାର୍ଯ୍ୟକ୍ରମରେ ନଡିଆ, ଲିମ୍ବ, ମହାଲିମ୍ବ, ଆମ୍ବ, ପଣସ ପ୍ରଭୃତି ୨୫୦ଚାରା ରୋପଣ କରିଥିଲେ। ଆଗାମୀ ଦିନରେ ଟାଟା ଗ୍ରୁପ ଅଫ କମ୍ପାନୀଜ ପକ୍ଷରୁ ସିଏସଆର(ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ) କାର୍ଯ୍ୟକ୍ରମରେ ଧାମରା ଆଠ ପଂଚାୟତରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନ କରାଯିବ ବୋଲି ଉପସ୍ଥିତ ଥିବା ବ୍ୟକ୍ତି ମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟିଏମଆଇଏଲ ର ପ୍ରକଳ୍ପ ନିର୍ଦେଶକ ସୁରଜ ବେହେରା, ଭିପି ଦେବଜିତ ସାମନ୍ତ, ପାରାଦ୍ୱୀପ ପ୍ରକଳ୍ପର ନିର୍ଦେଶକ ଅଭୟାନନ୍ଦ ଏବଂ ମା ଧାମରାଇ ମନ୍ଦିର କମିଟି ପକ୍ଷରୁ କୈଳାସ ଦାସ, ଶରତ ଦଳେଇ,ନିତ୍ୟାନନ୍ଦ ବେହେରା, ପ୍ରିୟରଞ୍ଜନ ଜେନା, ବଳଭଦ୍ର ଲେଙ୍କା, ସୁଶାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ଚାରା ରୋପଣରେ ସହାୟତା କରିଥିଲେ ବୋଲି ଟିଏମଆଇଏଲର ପ୍ରକଳ୍ପ ନିର୍ଦେଶକ ସୁରଜ ବେହେରା ପ୍ରକାଶ କରିଛନ୍ତି।

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories