www.samajalive.in
Sunday, December 7, 2025
26.1 C
Bhubaneswar

ଜଳିଗଲା ଆଇରନ ବୋଝଇ ଟ୍ରକ

ଗଞ୍ଜାମ : ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ସୋମବାର ଭୋରୁ ଏକ ଆଇରନ ବୋଝଇ ଟ୍ରକରେ ନିଆଁ ଲାଗି ଟ୍ରକଟି ଜଳି ଯାଇଛି। ଖବର ପାଇ ରାଜପଥ ପେଟ୍ରୋଲିଂ ଅଧିକାରୀ ଏବଂ ଗଞ୍ଜାମ ଥାନା ପୁଲିସ ପହଞ୍ଚିଥିଲେ। ଏନେଇ ପୁଲିସ ସଙ୍ଗେ ସଙ୍ଗେ ଦମକଳ ବାହିନୀଙ୍କୁ ଫୋନ ଯୋଗେ ଅବଗତ କରିଥିଲେ। ଘଟଣା ସ୍ଥଳରେ ଛତ୍ରପୁର ଦମକଳ ବାହିନୀ ଓ ଗ୍ରାସୀମ କମ୍ପାନୀର ଦମକଳ ଗାଡି ଆସି ମିଳିତ ଭାବେ ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗି ଗାଡି ଜଳୁ ଥିବା ବେଳେ ୧୬ ଟି ଚକ ଫାଟି ଶବ୍ଦ ହୋଇଥିଲା । ଜଳିଯାଇ ଥିବା ଗାଡିଟି କେନ୍ଦୁଝରରୁ ଗୋପାଳପୁର ଅଭିମୁଖେ ଆଇରନ ପଥର ନେଇ ଯାଉଥିବା ବେଳେ ଗଞ୍ଜାମ ଶନିମନ୍ଦିର ନିକଟରେ ନିଆଁ ଲାଗିଯାଇଥିଲା । ଚାଳକ ଗୋବିନ୍ଦ ମହନ୍ତ ଏବଂ ହେଲପର କିରନ ଅଳ୍ପେକେ ବର୍ତ୍ତୀ ଯାଇଥିବା ଜଣା ପଡିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories