www.samajalive.in
Saturday, December 6, 2025
26.1 C
Bhubaneswar

ନୂତନ ବସଷ୍ଟାଣ୍ଡ ; ନିର୍ମାଣ କାର୍ଯ୍ୟ ଠିକ ହେଉ ନଥିବା ଅଭିଯୋଗ ଆଣିଲେ ଅଂଚଳବାସୀ

ଧାମରା : ଧାମରା ଠାରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ତତକାଳୀନ ଚାନ୍ଦବାଲି ପଂଚାୟତ ସମିତି ଚେୟାରମ୍ୟାନ ମାନସୀ ସାହୁ ଚାନ୍ଦବାଲି ବିଧାୟକଙ୍କ ପାଖରେ ଦାବୀ ରଖିବା ପରେ ଚାନ୍ଦବାଲି ବିଧାୟକ ଧାମରା ଠାରେ ବସଷ୍ଟାଣ୍ଡ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଲେ। ଏହି ପ୍ରତିଶ୍ରୁତି ଏବଂ ବହୁ ବାଦାନୁବାଦ ପରେ ଧାମରା ଠାରେ ଥିବା ପ୍ଲଟ ନଂ ୩୩୪ , ୩୩୬ ଏବଂ ନିକଟବର୍ତୀ ଇଲାକାରେ ୫ଏକର ପରିମିତ ଅଂଚଳରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହେବ । ୩ଟି ପର୍ଯ୍ୟାୟରେ ଏହି ବସଷ୍ଟାଣ୍ଡ ନିର୍ମାଣ ପାଇଁ ୯କୋଟି ବ୍ୟୟ ଅଟକଳ କରାଗଲା।
ପ୍ରଥମ ପର୍ଯ୍ୟାୟରେ ୪.୫ କୋଟି ,ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୪.୫କୋଟି ଟଙ୍କାର କାର୍ଯ୍ୟାଦେଶ ଆସିଥିବା ଜଣାଯାଇଛି। ଏହି ସମସ୍ତ କାର୍ଯ୍ୟାଦେଶ ପରେ ମଧ୍ୟ ଦୀର୍ଘ ୨ମାସ ହେବ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ପରିସ୍ଥିତିରେ ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନାହିଁ। ଏହି ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ସ୍ଥାନରେ ଏକ ପୋଖରୀ ଥିବା ବେଳେ ଏହି ପୋଖରୀକୁ ଜାମୁଝାଡି-ଧାମରା ରାସ୍ତା ନିର୍ମାଣ କରୁଥିବା ୟୁଏମଏସଏଲ କମ୍ପାନୀ କର୍ତୁପକ୍ଷ ଦୁଇ ତୃତୀୟାଂଶ ପୋତି ଦେଇଥିଲା। ମାତ୍ର ବସଷ୍ଟାଣ୍ଡ କାର୍ଯ୍ୟ କରୁଥିବା ଠିକାଦାର ଏହି ଏକ ତୃତୀୟାଂଶ ପୋଖରୀକୁ ଆଜି ପର୍ଯ୍ୟନ୍ତ ପୋତିବାକୁ ସକ୍ଷମ ହୋଇ ପାରି ନାହିଁ। ଅନ୍ୟ ପକ୍ଷରେ ଏହି ଠିକାସଂସ୍ଥା ପାଚେରୀ ନିର୍ମାଣ କରୁଥିବା ବେଳେ କାର୍ଯ୍ୟ ଠିକ ହେଉ ନାହଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିବା ସହ ଏହି କାର୍ଯ୍ୟ ବନ୍ଦ କରିଦେଇଥିଲେ। ପାଚେରୀ ନିର୍ମାଣ ବେଳେ ବାଲି,ସିମେଂଟ ଏବଂ ଚିପସର ପରିମାଣର ଆନୁପାତିକ ଏବଂ ସମାନୁପାତିକ ଠିକ ଦିଆ ହେଉନଥିବା କଥା କହିଥିଲେ, ଏଥିସହ ପାଚେରୀ ପାଇଁ ହୋଇଥିବା ବୋରିଂ ମଧ୍ୟ ଠିକ ଗଭୀରତାରେ ଖୋଳାଯାଇ ନାହିଁ ବୋଲି ମଧ୍ୟ ଅଭିଯୋଗ ଆଣିଥିଲେ। ଏହି ସମସ୍ତ କାର୍ଯ୍ୟ ହେଉଥିବା ବେଳେ ସଂପୃକ୍ତ ବିଭାଗର କନିଷ୍ଠଯନ୍ତ୍ରୀ ଅଥବା ସହକାରୀଯନ୍ତ୍ରୀ ମହୋଦୟ କାର୍ଯ୍ୟସ୍ଥାନକୁ ଆସୁ ନଥିବା ଜଣାଯାଇଛି। ଏହି ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ପୋଖରୀକୁ ପୋତିବା ଜରୁରୀ ହୋଇ ପଡିଥିବା ବେଳେ ଠିକାଦାର ଏହାକୁ ଅଣଦେଖା କରିବା ସହ ଏହି କାର୍ଯ୍ୟ କରିବାକୁ ଆଗ୍ରହୀ ନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଏହି ବସଷ୍ଟାଣ୍ଡ କାର୍ଯ୍ୟକୁ ଦୃଷ୍ଟି ଦେବା ସହ ସଂପୃକ୍ତ ବିଭାଗର କନିଷ୍ଠଯନ୍ତ୍ରୀ ଏଠାରେ ରହି କାର୍ଯ୍ୟର ତଦାରଖ କରିବାକୁ ସାଧାରଣରେ ଦାବୀ ହୋଇଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories