www.samajalive.in
Saturday, December 13, 2025
27.1 C
Bhubaneswar

ଧାମରାଇ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ଧାମରା: ଧାମରାଇ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ପକ୍ଷରୁ ଏକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ। ଶ୍ରୀ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧାମରା ୫ନଂ ଜୋନର ଜିଲା ପରିଷଦ ବଳଭଦ୍ର ଲେଙ୍କା ଯୋଗ ଦେଇଥିଲେ। ଶ୍ରୀ ଲେଙ୍କା ଆତ୍ମରକ୍ଷା ପାଇଁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ।

ମୁଖ୍ୟତଃ ବାଳିକାମାନେ ଆତ୍ମରକ୍ଷା ଶିବିରରେ ଯୋଗଦାନ କରି ଏ ବିଷୟରେ ସଚେତନ ହେବା ସହ ସମସ୍ତ କୌଶଳ ଶିଖିବା ଜରୁରୀ ବୋଲି ସେ କହିଥିଲେ। ପ୍ରୋଗ୍ରାମ ଅଫିସର ଭାବେ ଲକ୍ଷ୍ମୀଧର ବେହେରା ଯୋଗଦେଇ ବହୁ ଆତ୍ମରକ୍ଷା କୌଶଳ ଶିଖାଇଥିଲେ। ଯାହାଫଳରେ ବାଳିକା ବର୍ଗର ପିଲାମାନେ ନିଜକୁ ସୁରକ୍ଷିତ ରଖିପାରିବେ। ମାଷ୍ଟର ଟ୍ରେନର ଭାବେ ରଶ୍ମିତା ମଣ୍ଡଳ ଯୋଗ ଦେଇଥିବା ବେଳେ ଧାମରାଇ ଉଚ୍ଛତର ମାଧ୍ୟମିକ ବିଦ୍ୟାଳୟର ଲକ୍ଷ୍ମୀଧର ବେହେରା ସ୍ୱାଗତ ଭାଷଣ ଦେଇଥିଲେ।

- Advertisement -

ବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ସାହୁ, ନିଶାକର ପାତ୍ର, ବିଜୟ କୁମାର ରାଉତ, ରାଜେନ୍ଦ୍ର ନାରାୟଣ ରାଉତ, ମାନଓ ରଞନ ଦାସ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories