ଟିଟିଲାଗଡ଼: ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଶଗଡ଼ଘାଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ମହିଳାଙ୍କ ଅଧିକାର, ନ୍ୟାୟ ପାଇଁ ଆଇନରେ ବିଭିନ୍ନ ଧାରା, ସ୍ୱାସ୍ଥ୍ୟ ସେବା ଆଦି ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜାତୀୟ ମହିଳା କମିଶନଙ୍କ ସହାଭାଗିତାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଟିଟିଲାଗଡ଼ ତାଳୁକ ସେବା ସମିତି ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା। ତାଳୁକ ସମିତି ଅଧ୍ୟକ୍ଷ ତଥା ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ଜଜ ରାଜକିଶୋର ମହାପାତ୍ର, ସବ ଜଜ ରମାକାନ୍ତ ମହାନ୍ତି, ଏସଡ଼ିଜେଏମ ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ବିଡିଓ ନବୀନ ଚନ୍ଦ୍ର ନାୟକ, ଏସଡ଼ିପିଓ ଅଙ୍କିତା କୁମ୍ଭାର, ଖୋଲାଣ ସିଏଚସି ଅଧିକାରୀ ଡା. ମିନିକେତନ କିଷାନ, ସିଡିପିଓ ମିନାକ୍ଷୀ ରାଜ, ଆଇନଜୀବି ସନ୍ଧ୍ୟା ଥପା, ଆଇନ ଛାତ୍ରୀ ପ୍ରତ୍ୟୁଷା ମିଶ୍ର, ଆଇନଜୀବୀ ସୁରେନ ପଣ୍ଡା ପ୍ରମୁଖ ଏଥିରେ ମତବ୍ୟକ୍ତ କରିଥିଲେ। ଆଇନଜୀବୀ ଜୟନ୍ତ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଆଇନଜୀବୀ ରାଜେଶ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



