www.samajalive.in
Saturday, December 13, 2025
15.1 C
Bhubaneswar

ଫୁସଫୁସ କର୍କଟରେ ପୀଡ଼ିତ ବାପା: ନିରାଶ୍ରୟ ତିନି ବାଳୁତ ଝିଅ ଓ ପରିବାର

ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳରାମପୁରଗଡ଼ ଗ୍ରାମପଞ୍ଚାୟତର ମାଳସାହି ଗ୍ରାମରେ ବାସ କରନ୍ତି ନେତ୍ରାନନ୍ଦ ଭୋଇ(୩୮) ଓ ତାଙ୍କ ପରିବାର। ତିନୋଟି ଛୋଟ ଝିଅ, ଅର୍ଚ୍ଚିତା(୧୨), ଅର୍ପିତା(୮), ଝିଲି(୩), ବିଧବା ବୁଢ଼ିମାଆ ନିଆସି ଭୋଇ (୬୫), ପତ୍ନୀ ମାନି ଭୋଇ (୩୫)ଙ୍କୁ ମିଶାଇ ମୋଟ୍‌ ୬ପ୍ରାଣୀ ପରିବାର। ନେତ୍ରାନନ୍ଦଙ୍କ ମୂଲ ମଜୁରୀ ଉପରେ ନିର୍ଭର କରି ବହୁ କଷ୍ଟରେ ଚଳେ ପରିବାର। କିନ୍ତୁ ଦଇବର ଦାଉ ସେତକ ବି ଛଡେଇ ନେଲା। ୩ ମାସ ତଳେ ନେତ୍ରାନନ୍ଦ ଅସୁସ୍ଥ ହୋଇପଡ଼ିଲେ। ପରୀକ୍ଷା ନିରୀକ୍ଷାରୁ ଜଣାପଡିଲା ଯେ, ସେ ଫୁସଫୁସ କର୍କଟ ରୋଗରେ ପୀଡ଼ିତ। ଏଣେ ଘରେ ଖାଇବା ପିଇବା ପାଇଁ ପଇସାଟେ ନାହିଁ। ଚିକିତ୍ସା କିଭଳି ହେବ ଭାବି ପତ୍ନୀ ମାନି ଭୋଇଙ୍କ ମୁଣ୍ଡରେ ବଜ୍ର ପଡିଲା। କେବଳ ଘର ଡିହକୁ ଛାଡିଦେଲେ ଜମିବାଡ଼ି କିଛିନାହିଁ। ବନ୍ଧୁ ବାନ୍ଧବ ଓ ଗାଁ ପଡ଼ିଶାରୁ କିଛି ସାହାଯ୍ୟ ମାଗି କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ନେଇଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ଚିକିତ୍ସା ଆରମ୍ଭ ହେଲା। କିନ୍ତୁ ସେଠାରେ ରହିବା ଖାଇବା ପାଇଁ ଟଙ୍କାଟିଏ ନଥିବାରୁ ବାଧ୍ୟହୋଇ ନିଜ ଘରକୁ ଚାଲି ଆସିଲେ ନେତ୍ରାନନ୍ଦ। ଏବେ ଘରେ ପଡ଼ି ରହି ଏକ ଆସନ୍ନ ବିପଦକୁ ଅପେକ୍ଷା କରିଛନ୍ତି।

ଏଣେ ଖାଇବାକୁ ନପାଇବାରୁ ଦୁଇ ଝିଅଙ୍କୁ ମାମୁଁଘରକୁ ପଠାଇ ଦେଇଛନ୍ତି ମାନି। ସରକାରୀ ସହାୟତା କହିଲେ ୧୫କେଜି ଚାଉଳ ଓ ଦିବ୍ୟାଙ୍ଗ ଝିଅକୁ ମିଳୁଥିବା ୫୦୦ ଟଙ୍କା ଭତ୍ତା। ତିନି ଝିଅଙ୍କୁ ଏବେ ବି ରାସନ କାର୍ଡରେ ନାମ ସଂଯୋଗ କରାଯାଇ ନାହିଁ। ଦିବ୍ୟାଙ୍ଗ ମଧ୍ୟମ ଝିଅ ସ୍କୁଲରେ ମିଳୁଥିବା ମଧ୍ୟାହ୍ନ ଭୋଜନକୁ ଅନାଇ ଘରେ ଅଛି। ଅବସ୍ଥା ଅତି ଶୋଚନୀୟ। ତୁରନ୍ତ ଏହି ପରିବାରର ସମସ୍ତ ସଦସ୍ୟଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ସହିତ ଆର୍ଥିକ ସହାୟତା ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ପଞ୍ଚାୟତିରାଜ ସଚିବଙ୍କୁ ଅନୁରୋଧ କରଛନ୍ତି ଗ୍ରାମବାସୀ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories