www.samajalive.in
Thursday, December 11, 2025
18.1 C
Bhubaneswar

ଅବକାରୀ ଚଢ଼ାଉ: ଦୁଇ ଗିରଫ, ବାଇକ ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଦେବଗିରି ଜାଗର ଯାତ୍ରା ଉପଲକ୍ଷେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଯୁବକଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିବା ସୂଚନା ମିଳିଛି। ଗିରଫ ଦୁଇ ଯୁବକ ହେଲେ ତଲରମ୍ଭା ଗାଁର ମାଣ୍ଡିକା ଡାମ୍ବୁ ଓ ଶିକରପାଇ ନିକଟସ୍ଥ ଧାମଳିମା ଗାଁର ଦିଲୀପ ମିଣିଆକା।

ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦେଶକ୍ରମେ ରାୟଗଡା ମୋବାଇଲ ସ୍କ୍ୱାଡ୍‌ ଓ କଲ୍ୟାଣସିଂହପୁରରେ ଥିବା ଅବକାରୀ ବିଭାଗ ମିଳିତରେ ଦୁଇଦିନ ମଧ୍ୟରେ କତାଗୁଡା, ଶିକରପାଇର ଡ଼ମଲିମା, ମୁତୁକୁଣୀ, ତଳରମ୍ଭା ଗାଁରେ ଚଢ଼ାଉ କରି ୩୦ଲିଟର ସଲପ ତାଡି, ୧୨୫ଲିଟର ଦେଶୀ ମଦ ଓ ୧୪୦୦ ଲିଟର ମହୁଲ ପୋଚ ଜବତ କରିବା ସହ ଗୋଟିଏ ବାଇକ ଓ ଦୁଇ ଜଣ ଯୁବକକୁ ଗିରଫ କରାଯାଇଥିବା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡର କିଶୋର ଚନ୍ଦ୍ର ରଥ ସୂଚନା ଦେଇଛନ୍ତି । ୧୪୦୦ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି । ଏହି ଚଢ଼ାଉ ସମୟରେ ସଂଗ୍ରାମ ପ୍ରଧାନ, କରୁଣା କର ପାତ୍ର, ରାମଜାନ ଖାନ, ପି. କିଶୋର , ମହିଳା ସିପାହୀ ରିନା ବାରିକ, ଗାଡି ଚାଳକ ନବିନ ମାଛ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories