ଧାମରାରେ ଦ୍ୱିବଦେୀ ଫାଉଣ୍ଡେସନ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା
ଧାମରା:ଧାମରାରେ ଦ୍ୱିବେଦୀ ଫାଉଣ୍ଡେସନ ତରଫରୁ ଅଗ୍ନିବିପନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଜି ଦ୍ୱିବେଦୀ ଫାଉଣ୍ଡେସନରର ପ୍ରତିଷ୍ଠାତା କୃଷ୍ନଚନ୍ଦ୍ର ଦ୍ୱିବେଦୀଙ୍କ ସହ ସଂପାଦକ ସୁବାଶୀଷ ଦ୍ୱିବେଦୀ, ଜ୍ଞାନରଞ୍ଜନ ମଲିକ, ନିକୁଞ୍ଜ ମଲିକ, ରବି କାଣ୍ଡାଲ ପ୍ରମୁଖ ନାରାୟଣ ମହାକୁଡ ଏବଂ ତାଙ୍କ ସ୍ତ୍ରୀଙ୍କୁ ଶୁଖିଲା ଖାଦ୍ୟ,ଆସବାବ ପତ୍ର, ରୋଷେଇ ସାମଗ୍ରୀ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପ୍ରଭୃତି ଦେଇଥିଲେ।
ଏହାସହ ଦ୍ୱିବେଦୀ ଫାଉଣ୍ଡେସନ ତରଫରୁ ଚାନ୍ଦବାଲି ତହସିଲଦାର ଏବଂ ଭଦ୍ରକ ଜିଲାପାଳଙ୍କୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ମିଳିପାରିବ ସେ ବିଷୟରେ ଅବଗତ କରାଇଥିବା କଥା କହିଥିଲେ। ଆଜି ଦ୍ୱିବେଦୀ ଫାଉଣ୍ଡେସନ ତରଫରୁ ଅନ୍ୟ ମାନଙ୍କ ମଧ୍ୟରେ ନରେନ୍ଦ୍ର ଲେଙ୍କା, ସନ୍ତୋଷ ଦଳେଇ, ସୁବାଶ ସାହୁ, ସଦାଶିବ ଦାସ, ରାଧାଶ୍ୟାମ ଲେଙ୍କା, ଅଜୟ ଖିଲାର, ରାମପଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.