www.samajalive.in
Saturday, December 6, 2025
26.1 C
Bhubaneswar

ଧାମରାରେ ତଟ ସୁରକ୍ଷା ସାଗର କବଚ-୨୦୨୨

ଧାମରା : ରାଜ୍ୟରେ ଥିବା ତଟବର୍ତୀ ଅଂଚଳକୁ ଆତଙ୍କବାଦୀ କବଳରୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ମକଡ୍ରିଲ। ଏହି ମକଡ୍ରିଲର ନାମ ତଟ ସୁରକ୍ଷା, ସାଗର କବଚ-୨୦୨୨ । ଭାରତୀୟ ତଟରକ୍ଷୀ ବାହିନୀ,ରାଜ୍ୟ ପୁଲିସ,ଭାରତୀୟ ନେଭିର ସହଯୋଗିତାରେ ଏହି ସୁରକ୍ଷା କାର୍ଯ୍ୟକ୍ରମ ଆଜି ସକାଳ ୬ଟାରେ ଆରମ୍ଭ ହୋଇଛି। ଓଡିଶା ସରକାରଙ୍କ ତରଫରୁ ୨୦୨୨-୨୩ ମସିହା ପାଇଁ ରାଜ୍ୟର ଉପକୂଳବର୍ତୀ ଅଂଚଳ ଯଥା- ଧାମରା,କସିଆ,ଚୁଡାମଣୀ,ଚାନ୍ଦିପୁର,ପାରାଦ୍ୱୀପ,ପୁରୀ ଏବଂ ଗୋପାଳପୁର ଠାରେ ଆଜି ସକାଳ ୬ଟାରେ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ। ଏହି ସୁରକ୍ଷାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ,ଭାରତୀୟ ନେଭି,ଏବଂ ଓଡିଶା ପୁଲିସ ସାମିଲ ହୋଇଥିବା ଜଣାଯାଇଛି ।
ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ,ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭିର କିଛି ସଦସ୍ୟ ଗୁପ୍ତଚର(ରେଡ ଫୋର୍ସ) ହିସାବରେ ଧାମରା ଅଂଚଳ(ଉପକୂଳ)କୁ ଆସନ୍ତି, ଅନ୍ୟଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ,ଧାମରାମତ୍ସ୍ୟପୋତାଶ୍ରୟ,ଚନ୍ଦନୀପାଳ,କରଞ୍ଜମାଳ, ବାଲିମୁଣ୍ଡା ,କସିଆ ,ଚୁଡାମଣୀ ଜେଟି,ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଦା ପୋ୍ଷାକରେ ପହରା ଦେଉଥାନ୍ତି।
ଯଦି ଗୁପ୍ତଚର ମାନେ(ରେଡ ଫୋର୍ସ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହେଲେ ଗୋଇନ୍ଦା ବିଭାଗ(ବ୍ଲୁ ଫୋର୍ସ) ସଜାଗ ନାହିଁ ବୋଲି ଧରାଯାଏ। ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ(ବ୍ଲୁ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଂଚଳରେ ସୁରକ୍ଷାବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ।
ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଆଜିର ଏହି ସୁରକ୍ଷା କବଚ କାର୍ଯ୍ୟକ୍ରମରେ ଡିଆଇବିର ଡିଏସପି କମଳଲୋଚନ ଭୂୟାଁ,ମେରାଇନ ଆଇ ଆଇ ସି ତୁସୀଲ କୁମାର ମାଝୀ, ଏଏସଆଇ ପଦ୍ୱୀପ ମହାରଣା, ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋସ ଏବଂ ମେରାଇନ ପୁଲିସ ପକ୍ଷରୁ ଆର କେ ବଳ, ବିକେ ରଣା, ଦୀପକ ପରିଡା, ଏମ କେ ମଲିକ, ପିକେ ବିଶ୍ୱାଳ, ସୁରେନ୍ଦ୍ର ପ୍ରଧାନ, ଆନନ୍ଦ ସାହୁ, ଲମ୍ବୋଦର ସାହୁ, ନିମତି ପେଟେ,ଜ୍ୟୋତିରଞ୍ଜନ ମଲିକ, ଉମାକାନ୍ତ ଭୂୟାଁ ପ୍ରମୁଖ ସାମିଲ ହୋଇଥିବା ବେଳେ ଆଜିର ଏହି ସୁରକ୍ଷାଭ୍ୟାସରେ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ୨ଟି ବୋଟ ମଧ୍ୟରୁ ବ୍ରାହ୍ମଣୀ ସ୍ପିଡ ବୋଟଟି ତଟ ସୁରକ୍ଷାରେ ନିୟୋଜିତ ହୋଇଥିବା ବେଳେ ସାଳନ୍ଦୀ ସ୍ପିଡ ବୋଟଟି ଦୀର୍ଘ ୧ସପ୍ତାହ ହେବ ଅଚଳ ହୋଇ ପଡିରହିଛି। ଫଳରେ ଭଦ୍ରକ ଜିଲ୍ଲାରେ ଉପକୂଳ ଅଂଚଳ ୫୦କି.ମି ବ୍ୟାସାର୍ଧରେ ହୋଇଥିବା ବେଳେ ଏକ ମାତ୍ର କାର୍ଯ୍ୟକ୍ଷମ ବ୍ରାହ୍ମଣୀ କୁ ନେଇ କେମିତି ତଟ ସୁରକ୍ଷା ଚାଲିଛି ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଧାମରା ମେରାଇନ ପୁଲିସ , ବାଂଶଡା ପୁଲିସ,(ବ୍ଲୁ ଫୋର୍ସ) ଡ୍ୟୁଟି ଆରମ୍ଭ କରିଥିଲେ ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ ,ଧାମରା ପ୍ରତିରକ୍ଷା ଘାଟୀ, କରଞ୍ଜମାଳ,କରଣପଲ୍ଲୀ, ତାଳଚୁଆ ପ୍ରଭୃତି ସ୍ଥାନ ମାନଙ୍କୁ ଯାଇ ପଇଁତରା ମାରୁଥିବା ବେଳେ କେବଳ ଗୋଟିଏ ବୋଟରେ ସମସ୍ତ ସ୍ଥାନକୁ ଯାଇ ପଇଁତରା ମାରିବା ସମ୍ଭବ ହୋଇ ପାରି ନଥିଲା। ଆଜି ଆରମ୍ଭ ହୋଇଥିବା ତଟ ସୁରକ୍ଷା ସାଗର କବଚ-୨୦୨୨ ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories