www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ ଉଦ୍ୟାନ ଭିତରକନିକା ଠାରୁ ୨୦କି.ମି ମଧ୍ୟରେ ପର୍ଯ୍ୟାବରଣ ସମ୍ବେଦନଶୀଳ ଅଂଚଳ ଘୋଷଣା କରିବାର କୌଣସି ଯଥାର୍ଥତା ନାହିଁ

ଧାମରା: ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଚାନ୍ଦବାଲି ବ୍ଲକର ୪୫ଟି ରାଜସ୍ୱ ଗ୍ରାମକୁ ପର୍ଯ୍ୟାବରଣ ସମ୍ବେଦନଶୀଳ ଅଂଚଳ ଘୋଷଣା କରାଯାଇଛି। ଏହା ଘୋଷଣା ହେବା ପରେ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ଫଳରେ ଏହାକୁ ବିରୋଧ କରି ଆଜି ଚରଦିଆ ପଂଚାୟତରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଘୋଷଣା କାର୍ଯ୍ୟକାରୀ ହେଲେ ଚାନ୍ଦବାଲି ବ୍ଲକରେ ଘୋଷଣାରେ ରହିଥିବା ୪୫ଟି ଗ୍ରାମରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରିବ ନାହିଁ। ଫଳରେ ଏହି ଅଂଚଳରେ ବିକାଶ ଶୂନ ହୋଇଯିବ। ଜାତୀୟ ଉଦ୍ୟାନ ଭିତରକନିକା ଠାରୁ ୨୦କି.ମି ମଧ୍ୟରେ ପର୍ଯ୍ୟାବରଣ ସମ୍ବେଦନଶୀଳ ଅଂଚଳ ଘୋଷଣା କରିବାର କୌଣସି ଯଥାର୍ଥତା ନାହିଁ। ତେଣୁ ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ନୋଟିସକୁ ପ୍ରତ୍ୟାହାର କରିବା ଜରୁରୀ ହୋଇ ପଡିଛି ବୋଲି ଉପସ୍ଥିତ ବକ୍ତା ମାନେ ନିଜର ବକ୍ତବ୍ୟ ରଖିଥିଲେ।

ଚରଦିଆ ପଂଚାୟତରେ ହୋଇଥିବା ସଭାରେ ଅକିଣୁରାମ ଜେନା ସଭାପତିତ୍ୱ କରିଥିବା ବେଳେ ସୁଧୀର ମହାନ୍ତି ବ୍ରଜ କିଶୋର ପଣ୍ଡା ଉପସ୍ଥିତ ରହି ଏହି ଘୋଷଣା ରେ କୁ ପରିଣାମ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚରଦିଆ ସରପଂଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ, ପୂର୍ବତନ ସରପଂଚ ଦିବାକର ମାଇତି, ପ୍ରଫୁଲ ମହାଳିକ, ପ୍ରଫୁଲ ସାହୁ, ଅକ୍ଷୟ ନାୟକ, ନିତ୍ୟାନନ୍ଦ ମାଇତି ପ୍ରମୁଖ ଉପସ୍ଥିତ ରହି ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଘୋର ବିରୋଧ କରିବା ସହ ଭାରତ ସରକାର ଏହି ନିୟମ କୁ ପ୍ରତ୍ୟାହାର କରିବାକୁ ଦାବୀ ଜଣାଇଥିଲେ ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଚରମବାଣୀ ଶୁଣାଇଥିଲେ। ଏଥିସହ ଏହି ଜନ ଆନ୍ଦୋଳନ ଚାନ୍ଦବାଲିର ପ୍ରତ୍ୟେକ ଗ୍ରାମରେ ଜନସଚେତନା ସୃଷ୍ଟି କରାଯାଇ ଏହାକୁ ବିରୋଧ କରାଯିବ ବୋଲି ମତ ପ୍ରକାଶ ପାଇଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories