ଧାମରା : ଧାମରା-ଭଦ୍ରକ ରେଳ ଧାରଣାରେ କଟି ଯୁବକ ମୃତ । ମୃତ ଯୁବକ ଯଶିପୁର ପଞ୍ଚାୟତ ବଳସାହି ଗାଁର ସୁରେନ୍ଦ୍ର ବେହେରା ଙ୍କ ପୁଅ ଶଶିକାନ୍ତ ବେହେରା ବୋଲି ଜଣାପଡିଛି। ଆଜି ଭୋର ସମୟରେ ଶଶିକାନ୍ତ କୌଣସି କାରଣ ପାଇଁ ରେଳ ଧାରଣା ପାରି ହେଉଥିବାବେଳେ ଏଭଳି ଅଘଟଣ ଘଟିଛି। ପରିବାର ଲୋକେ କ୍ଷତିପୁରଣ ଦାବିରେ ରେଳ ଧାରଣା ଉପରେ ବସି ରହିଛନ୍ତି। ଫଳରେ ଧାମରା-ଭଦ୍ରକ ରେଳପଥ ରେ ରେଳ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ବାଂଶଡା ପୁଲିସ୍ ଏବଂ ଧାମରା ଆଦାନୀ କମ୍ପାନୀର କର୍ତ୍ତୃପକ୍ଷ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
Popular Categories



